ପର୍ଥ ପିଚ୍ ଭାରତ ଅପେକ୍ଷା ଅଷ୍ଟ୍ରେଲିଆକୁ ଅଧିକ ସୁହାଇବ: ପଣ୍ଟିଂ

ଆଡିଲେଡ୍: ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ହାରିଛି। ହେଲେ ପର୍ଥରେ ପରିସ୍ଥିତି ଓ ଫଳାଫଳ ଭିନ୍ନ ରହିବ। କାରଣ ପର୍ଥ ପିଚ୍ ଭାରତ ଅପେକ୍ଷା ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅଧିକ ସୁହାଇବ। ମଙ୍ଗଳବାର ଏଭଳି ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ପଣ୍ଟିଂ କହିଛନ୍ତି ଯେ ପର୍ଥ ଆମ ପିଲାଙ୍କୁ ଅଧିକ ସୁହାଇବ ବୋଲି ମୋର ପୂର୍ଣ୍ଣ ବିଶ୍ବାସ। ହେଲେ ଦଳଗତ ଭାବେ ଅଷ୍ଟ୍ରେଲିଆକୁ ନିଜ ଖେଳର ସ୍ତର ବଢ଼ାଇବାକୁ ‌ହେବ। ସେମାନଙ୍କୁ ବିଜୟ ଧାରାକୁ ଫେରିବାକୁ ହେବ। ଆଡି‌ଲେଡ୍‌ରେ ସେମାନେ ଅତି ଖରାପ କ୍ରିକେଟ୍ ଖେଳିଲେ। ଭାରତ ମଧ୍ୟ ନିଜ ଶ୍ରେଷ୍ଠ ଖେଳ ଖେଳି ପାରି ନଥିଲା ବୋଲି ମୁଁ କହିବି। ହେଲେ ସେମାନଙ୍କ ପାଖରେ ଦକ୍ଷତା ରହିଛି। କଠିନ ପରିଶ୍ରମ ସହ ନିଜ ଦୋଷ ଦୁର୍ବଳତାକୁ ଦୂର କରିପାରିଲେ ଅଷ୍ଟ୍ରେଲିଆ ପର୍ଥରେ ସ୍ଥିତି ୧-୧ କରିପାରିବ। ଦଳରେ ମାତ୍ରାଧିକ ଅଦଳ ବଦଳ ନକରି ଆଡିଲେଡ୍‌ରେ ଖେଳିଥିବା ଦଳକୁ ହିଁ ପର୍ଥରେ ସୁଯୋଗ ଦେବାକୁ କଙ୍ଗାରୁ ଚୟନକର୍ତାଙ୍କୁ ପଣ୍ଟିଂ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର