ପର୍ଥ ଟେଷ୍ଟ: ଟସ୍‌ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ:  ପର୍ଥ ଷ୍ଟାଡିୟମ ଠାରେ  ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଟସ୍‌ ଜିଣି ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।  ଭାରତ ପର୍ଥ ଘାସ ପିଚ୍‌ରୁ ପ୍ରଥମ ବୋଳଇଂ କରି ଫାଇଦା ଉଠାଇବାକୁ  ଉଦ୍ୟମ କରିବ ବୋଳଇ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେବେ ପ୍ରଥବେ ବ୍ୟାଟିଂ କରି ଆଷ୍େ‌ଟ୍ରଲିଆ ଦଳ ବେଶ୍‌ ସତର୍କତାର ସହିତ ବ୍ୟାଟିଂ କରୁଛି।  ଦଳ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ଆରୁନ ଫିଞ୍ଚ ଓ ମାର୍କସ ହାରିସ ଭାରତୀୟ  ଆକ୍ରମଣର ସଫଳ ମୁକାବିଲା କରି ୧୩ ଓଭରରେ  ଡ୍ରିଙ୍କ୍‌ସ ବ୍ରେକ୍‌ ବେଳକୁ ଦଳର କୌଣସି କ୍ଷତି ନକରି ୪୭ରନ୍‌ ସଂଗ୍ରହ କରିଛନ୍ତି।

ସୂଚନାଯୋଗ୍ୟ ଯେ  ପ୍ରଥମ ମ୍ୟାଚ୍‌ରେ ବିଜୟ ଲାଭକରିଥିବା ଭାରତ ମନସ୍ତାତ୍ୱିକ ଦୃଷ୍ଟିରୁ ବେଶ୍‌ ଭଲ ସ୍ଥିତିରେ ରହିଛି। ଏହି ଟେଷ୍ଟ ଜିଣି ଅଷ୍ଟ୍ରେଲିଆ ସ୍ଥିତି ବରାବର କରିବା ଳକ୍ଷ୍ୟରେ ଥିବା ବେଳେ ଭାରତଅଷ୍ଟ୍ରେଲିଆକୁ ସେ ସୁଯୋଗ ଦେବା ମାନସିକତାରେ ନାହିଁ। ତେଣୁ ପର୍ଥ ଟେଷ୍ଟ ବେଶ୍‌ ରୋମାଞ୍ଚକର ହେବ ବୋଲି କୁହାଯାଉଛି। ସାଧାଣଣତଃ ପର୍ଥ ଗ୍ରାଉଣ୍ଡରେ ଲୋ ସ୍କୋର ମ୍ୟାଚ୍‌ ହୋଇଥାଏ। ତେଣୁ ଏଠାରେ ବୋଲରଙ୍କ କମାଲ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ଭାରତୀୟ ବ୍ୟାଟିଂ ଲାଇନ୍‌ ମୁଖ୍ୟତଃ  ଅଧିନାୟକ ବିରାଟ କୋହଲି, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ମୂରଲୀ ବିଜୟଙ୍କ ଉପରେ ନିର୍ଭରଶୀଳ ଥିବା ବେଳେ ବୋଲିଂର ମଙ୍ଗ ସମ୍ଭାଳିବେ  ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା ଓ ଉମେଶ ଯାଦବ।।

ଦ୍ୱିତୀୟ ଟେଷ୍ଟ ପାଇଁ ଭୋରତୀୟ  ଦଳ-ବିରାଟ କୋହଲି(ଅଧିନାୟକ)  କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ(ଉପଅଧିନାୟକ) , ମୂରଲୀ ବିଜୟ,  ହନୁମା ବିହାରୀ, ଋଷଭ ପନ୍ଥ,   ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା ,  ଓ ଉମେଶ ଯାଦବ।

ସମ୍ବନ୍ଧିତ ଖବର