ଏଣିକି ଦଳ ଚୟନ ପୂର୍ବରୁ ଶାରୀରିକ ପରୀକ୍ଷା

ନୂଆଦିଲ୍ଲୀ: ଏଣିକି ବିସିସିଆଇ ଜାତୀୟ ଦଳ ଚୟନ କରିିବା ପୂର୍ବରୁ ନିୟମିତ ଭାବେ ଶାରୀରିକ ପରୀକ୍ଷା କରାଯିବ। ଟେଷ୍ଟ୍‍ ଏବଂ ଦିନିକିଆ ଦଳ ଚୟନ ପରେ ଶାରୀରିକ ପରୀକ୍ଷା କରାଯାଉଥିବାରୁ ବିଫଳ ଖେଳାଳିଙ୍କ ପାଇଁ ବଦଳ ଖେଳାଳି ବଛାଯାଉଛି। ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ଖେଳାଳିଙ୍କ ମଧ୍ୟରୁ ଅମ୍ବାତି ରାୟୁଡୁ ଏବଂ ମହମ୍ମଦ ସାମି ପରୀକ୍ଷାରେ ବିଫଳ ହୋଇ ଯଥାକ୍ରମେ ଦିନିକିଆ ଓ ଟେଷ୍ଟ ଦଳରୁ ବାଦ୍‌ ପଡ଼ିବା ପରେ ବିସିସିଆଇ ଅଡୁଆରେ ପଡ଼ିଥିଲା। ସଂଜୁ ସାମସନ୍‌ ମଧ୍ୟ ଏଭଳି ଭାବେ ଭାରତୀୟ ‘ଏ’ ଦଳର ବ୍ରିଟେନ୍‌ ଗସ୍ତ ପୂର୍ବରୁ ବିଫଳ ହୋଇଥିଲେ। ଆଇପିଏଲ୍‌ ମଝିରେ ଗତ ମାସରେ ଆଫଗାନିସ୍ତାନ ଟେଷ୍ଟ୍‍ ସହିତ ଇଂଲଣ୍ଡ ଗସ୍ତ ଲାଗି ଦଳ ଘୋଷଣା କରାଯାଇଥିଲା। ଏବେ ଶାରୀରିକ ପରୀକ୍ଷାରେ ବିଫଳତା କାରଣରୁ ବିସିସିଆଇ ଏଣିକି ଏହାକୁ ଦଳ ଚୟନ ପୂର୍ବରୁ କରିବ ବୋଲି ନିଷ୍ପତ୍ତି ନେଇଛି। ବିସିସିଆଇର ଗତ ବୈଠକରେ ଏହି ନିଷ୍ପତ୍ତି ନେଇଛି।

ବୈଠକରେ ସିଓଏ ଅଧ୍ୟକ୍ଷ ବିନୋଦ ରାୟ, ଡାଏନା ଏଡୁଲ୍‌ଜୀ, ବିସିସିଆଇ ସିଇଓ ରାହୁଲ୍‌ ଜୋହରି ଏବଂ ମହାପ୍ରବନ୍ଧକ ସବା କରିମ୍‌ ଉପସ୍ଥିତ ଥିଲେ।ଏଣିକି ଦଳ ଚୟନ ପୂର୍ବରୁ ଶାରୀରିକ ପରୀକ୍ଷା
ନୂଆଦିଲ୍ଲୀ, ୧୯|୬: ଏଣିକି ବିସିସିଆଇ ଜାତୀୟ ଦଳ ଚୟନ କରିିବା ପୂର୍ବରୁ ନିୟମିତ ଭାବେ ଶାରୀରିକ ପରୀକ୍ଷା କରାଯିବ। ଟେଷ୍ଟ୍‍ ଏବଂ ଦିନିକିଆ ଦଳ ଚୟନ ପରେ ଶାରୀରିକ ପରୀକ୍ଷା କରାଯାଉଥିବାରୁ ବିଫଳ ଖେଳାଳିଙ୍କ ପାଇଁ ବଦଳ ଖେଳାଳି ବଛାଯାଉଛି। ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ଖେଳାଳିଙ୍କ ମଧ୍ୟରୁ ଅମ୍ବାତି ରାୟୁଡୁ ଏବଂ ମହମ୍ମଦ ସାମି ପରୀକ୍ଷାରେ ବିଫଳ ହୋଇ ଯଥାକ୍ରମେ ଦିନିକିଆ ଓ ଟେଷ୍ଟ ଦଳରୁ ବାଦ୍‌ ପଡ଼ିବା ପରେ ବିସିସିଆଇ ଅଡୁଆରେ ପଡ଼ିଥିଲା। ସଂଜୁ ସାମସନ୍‌ ମଧ୍ୟ ଏଭଳି ଭାବେ ଭାରତୀୟ ‘ଏ’ ଦଳର ବ୍ରିଟେନ୍‌ ଗସ୍ତ ପୂର୍ବରୁ ବିଫଳ ହୋଇଥିଲେ। ଆଇପିଏଲ୍‌ ମଝିରେ ଗତ ମାସରେ ଆଫଗାନିସ୍ତାନ ଟେଷ୍ଟ୍‍ ସହିତ ଇଂଲଣ୍ଡ ଗସ୍ତ ଲାଗି ଦଳ ଘୋଷଣା କରାଯାଇଥିଲା। ଏବେ ଶାରୀରିକ ପରୀକ୍ଷାରେ ବିଫଳତା କାରଣରୁ ବିସିସିଆଇ ଏଣିକି ଏହାକୁ ଦଳ ଚୟନ ପୂର୍ବରୁ କରିବ ବୋଲି ନିଷ୍ପତ୍ତି ନେଇଛି। ବିସିସିଆଇର ଗତ ବୈଠକରେ ଏହି ନିଷ୍ପତ୍ତି ନେଇଛି। ବୈଠକରେ ସିଓଏ ଅଧ୍ୟକ୍ଷ ବିନୋଦ ରାୟ, ଡାଏନା ଏଡୁଲ୍‌ଜୀ, ବିସିସିଆଇ ସିଇଓ ରାହୁଲ୍‌ ଜୋହରି ଏବଂ ମହାପ୍ରବନ୍ଧକ ସବା କରିମ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର