ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ପିଲମାନଙ୍କ ସହ ଦୀପାବଳି ପାଳନ କଲେ ବିରାଟ କୋହଲି, ଜାଣନ୍ତୁ ଏପରି କରିବା ପଛରେ କ’ଣ ଥିଲା କାରଣ?

ମୁମ୍ବାଇ : ନିଜ ଲୁକ୍‌ ଏବଂ କ୍ରିକେଟ ଖେଳିବାର ଶୈଳୀରେ ସମସ୍ତଙ୍କ ମନରେ ଘର କରି ପାରିଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବେ ପୁଣି ସମସ୍ତଙ୍କ ପ୍ରଶଂସାର ପାତ୍ର ବନି ପାରିଛନ୍ତି । ଆଗକୁ ଦୀପାବଳି ଥିବାରୁ ସେ ଏହାକୁ ଏକ ଭିନ୍ନ ଅନ୍ଦାଜରେ ପାଳନ କରୁଥିବା ଜାଣିବାକୁ ମିଳିଛି ।

ମାନ୍ୟବର ପୋଷାକ ବ୍ରାଣ୍ଡ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିରାଟଙ୍କ ସହ ଯୋଗ ଦେଇଥିଲେ ଅର୍‌ମାନ ମଲ୍ଲିକ୍‌ ,ଉମେଶ ଯାଦବ,ଶ୍ରେୟସ ଆୟାର,ଇଶନ କିଶନ,ମନଜୋତ୍‌ କଲ୍‌ରା ଏବଂ ସତ୍‌ନାମ ସିଂହ । ଏହି ଷ୍ଟାରମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପହଞ୍ଚିଥିଲେ ସବୁ ସୁବିଧାରୁ ବଞ୍ଚିତ ପିଲାମାନଙ୍କ ପାଖରେ। ସବୁ ବର୍ଷର ଦୀପାବଳି ସେମାନଙ୍କ ପାଇଁ ସାଧାରଣ ହେଉଥିବା ବେଳେ ଚଳିତ ବର୍ଷ ମାନ୍ୟବର ଏବଂ ବିରାଟଙ୍କ ପାଇଁ ସେମାନଙ୍କ ଦୀପାବଳି ଆଲୋକରେ ଭରି ଯାଇଥିଲା । ନାଚ ଗୀତରେ ମାହୋଲ ଜମିଥିବା ବେଳେ ପିଲାମାନେ ଭିତରେ ଥିବା ଜ୍ଞାନକୁ ସମସ୍ତଙ୍କ ଆଗରେ ଦେଖାଇ ପାରିଥିଲେ ।

oneindia.com

ସୂଚନା ମୁତାବକ, କୋହଲି ମାନ୍ୟବର ବ୍ରାଣ୍ଡର ଆମ୍ବାସଡ଼ର ହୋଇଥିବା ବେଳେ କିଛି ଦିନ ତଳେ ସେ ଇଣ୍ଡିଆନ୍‌ ଏଥ୍‌ନିକ୍‌ ଉଇକ୍‌ର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ସେ ଲୋକମାନଙ୍କୁ ପାରମ୍ପାରିକ ବେଶଭୂଷାର ମହତ୍ତ୍ୱ ବୁଝାଇବା ସହ ଦୀପାବଳିର ୫ଦିନ ପାରମ୍ପାରିକ ପୋଷାକ ପରିଧାନ କରିବାକୁ ପରାମର୍ଶ ମଧ୍ୟ ଦେଇଥିବା ଜଣା ପଡ଼ିଛି । ଏହି ଅଭିଯାନ ପାଇଁ ବିରାଟ ବୁଧବାର ପିଲାମାନଙ୍କ ସହ ଦୀପାବଳି ପାଳନ କରିଥିଲେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର