ଆସନ୍ତାକାଲି ପିଙ୍କ୍ ଓ୍ଵାନ୍ଡେ, ଖେଳିବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡିଭିଲିୟର୍ସ
ଦକ୍ଷିଣ ଆଫ୍ରିକାକୁ ହରାଇ ଶୃଙ୍ଖଳା ବିଜୟୀ ହେବାକୁ ଭାରତର ଦୃଢ଼ ଆଶା
ଜୋହାନେସବର୍ଗ: ଦିନିକିଆ ଶୃଙ୍ଖଳାରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ଭାରତ ଶନିବାର ଓ୍ଵାଣ୍ଡର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଆୟୋଜକ ଦେଶକୁ ଦର୍ଶକ ଓ ପ୍ରଶଂସକମାନେ ପିଙ୍କ୍ ପୋଷାକରେ ଦେଖିବାକୁ ପାଇବେ। ସ୍ତନ କ୍ୟାନସର ପାଇଁ ସଚେତନତା ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟ ନେଇ ଏଭଳି ଆୟୋଜନ ହେଉଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ ଏଭଳି ପୋଷାକ ପିନ୍ଧି ଦକ୍ଷିଣ ଆଫ୍ରିକା ୨୦୧୧ରେ ଖେଳିଥିଲା। ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୬ଥର ଗୋଲାପି ରଙ୍ଗ ପୋଷାକ ପିନ୍ଧି ଦିନିକିଆ ମ୍ୟାଚ୍ ଖେଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦକ୍ଷିଣ ଆଫ୍ରିକା ଯେତେବେଳେ ବି ଗୋଲାପି ରଙ୍ଗର ପୋଷାକରେ ମ୍ୟାଚ୍ ଖେଳିଛି, କେବେ ପରାଜିତ ହୋଇ ନାହିଁ। ପୁଣି ୪ର୍ଥ ଦିନିକିଆକୁ ଏ ବି ଡିଭିଲିୟର୍ସ ଫେରିଛନ୍ତି। ଫଳରେ ଟିମ୍ ଅଧିକ ମଜବୁତ ହୋଇଛି। ପିଙ୍କ ପୋଷାକରେ ଡିଭିଲିୟର୍ସ ସବୁବେଳେ ଭଲ ଖେଳିଛନ୍ତି। ସେ ୨୦୧୫ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ୩୧ଟି ବଲ ଖେଳି ଶତକ ହାସଲ କରି ଦିନିକିଆରେ ରେକର୍ଡ ସ୍ଥାପନ କରିଥିଲେ। ସେହି ମ୍ୟାଚ୍ରେ ଡିଭିଲିୟର୍ସ ୪୪ଟି ବଲରେ ୧୪୯ ରନ ସଂଗ୍ରହ କରିଥିଲେ। ଭାରତ ବିପକ୍ଷରେ ଡିଭିଲିୟର୍ସ ୨୦୧୩ରେ ୪୭ଟି ବଲ ଖେଳି ୭୭ ରନ୍ ସଂଗ୍ରହ କରିଥିଲେ।
ଜୋହାନେସବର୍ଗରେ ପିଙ୍କ୍ ଦିନିକିଆ
୧) ୧୨୮ ରନ୍(୧୦୮ବଲ୍) ପାକିସ୍ତାନ ବିରୁଦ୍ଧରେ ୨୦୧୩
୨) ୭୭ ରନ୍(୪୭ ବଲ୍) ଭାରତ ବିରୁଦ୍ଧରେ ୨୦୧୩
୩) ୧୪୯ ରନ୍(୪୪ ବଲ୍) େଓ୍ଵଷ୍ଟଇଣ୍ଡିଜ ବିରୁଦ୍ଧରେ ୨୦୧୫
୪) ୩୬ ରନ୍(୨୭ ବଲ୍) ଇଂଲଣ୍ଡ ବିରୁଦ୍ଧରେ ୨୦୧୬
୫) ଅପରାଜିତ ୬୦ ରନ୍(୬୧ ବଲ୍), ଶ୍ରୀଲଙ୍କା ବିରୁଦ୍ଧରେ ୨୦୧୭