ଖେଳାଳି ଓ ସରକାରଙ୍କୁ ଶ୍ରେୟ: ପରାସର

ଆମେ ରବିବାର ମ୍ୟାଚ୍‌ରେ ବିଜୟ ପାଇଁ ଖେଳିଥିଲୁ। କିନ୍ତୁ କିଛି ଗୋଲ୍‌ ସୁଯୋଗ ହାତଛଡ଼ା ହୋଇଯିବା ପରେ ଅଧିକ ରିକ୍ସ ନ ନେଇ ଅମୀମାଂସିତ ଯୋଜନାରେ ଆଗେଇଥିଲୁ ବୋଲି କହିଛନ୍ତି ଓଡ଼ିଶା ଦଳର ପ୍ରଶିକ୍ଷକ ପରାସର ବାଗ। ଟିଏଫଏ ପାଇଁ କର ବା ମର ମ୍ୟାଚ୍‌ ଥିଲା। ସେମାନେ ଅଧିକ ମାତ୍ରାରେ ଫାଉଲ୍‌ ଗେମ୍‌ ଖେଳୁଥିଲେ। କିନ୍ତୁ ଓଡ଼ିଶା ପିଲାମାନେ ଅଧିକ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ବିଶେଷ କରି ଗୋଲରକ୍ଷକ ଅମ୍ରିତ୍‌ ଲାକ୍ରାଙ୍କ ସହି ରକ୍ଷଣଭାଗରେ ଗୋପାଳ ହେମ୍ବ୍ରମ୍‌ ଏବଂ ସାଗର ମାଝୀଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଅଗ୍ରଭାଗରେ ସମୀର କେରକେଟା ଏବଂ ରଘୁ ମାରାଣ୍ଡି ମଧ୍ୟ ପ୍ରଭାବୀ ଖେଳ ଦେଖାଇଥିଲେ। ସାମଗ୍ରିକ ଭାବେ ଓଡ଼ିଶା ପାଇଁ କିନ୍ତୁ ଏହା ଆରମ୍ଭ ମାତ୍ର। ଆମକୁ ପ୍ଲେ ଅଫ୍‌ରେ ଭଲ କରିବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ ପରାସର। ସବୁ ଶ୍ରେୟ ନିଶ୍ଚିତ ଖେଳାଳିଙ୍କୁ ମିଳିବ। କିନ୍ତୁ ପ୍ରଥମେ ମୁଁ ସରକାର ଏଭଳି ଏକ ସୁଯୋଗ ଦେବାକୁ ଧନ୍ୟବାଦ ଜଣାଇବି। ଖେଳାଳିଙ୍କୁ ପେସାଦାର ଗଢ଼ି ତୋଳିବାରେ ଏହା ବଡ଼ ପଦକ୍ଷେପ ହେବ ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର