ପୋଲାଣ୍ଡ୍‌ ମୁଷ୍ଟିଯୁଦ୍ଧ: ଫାଇନାଲ୍‌ରେ ମେରି କମ୍‌, ଭାରତକୁ ୭ ପଦକ ପକ୍କା

ଗ୍ଲିଉସ୍‌ (ପୋଲାଣ୍ଡ): ଏଠାରେ ଚାଲିଥିବା ତ୍ରୟୋଦଶ ଆନ୍ତର୍ଜାତିକ ସିଲେସିଆନ୍‌ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଏମ୍‌ସି ମେରିକମ୍‌ ଫାଇନାଲ୍‌ ପ୍ରବେଶ କରିଥିଲା ଭାରତ ପାଇଁ ୭ ପଦକ ପକ୍କା ହୋଇଛି। ଲାଇଟ୍‌ ଫ୍ଲାଇେଓ୍ଵଟ୍‌ର ୪୮ କେଜି ବର୍ଗରେ ସିଧାସଳଖ ସେମିଫାଇନାଲ୍‌ ଟିକେଟ ପାଇଥିବା ୫ ଥର ବିଶ୍ୱ ବିଜୟିନୀ ତଥା ଅଲିମ୍ପିକ୍‌ କାଂସ୍ୟ ଜିତିଥିବା ମେରିକମ୍‌ ୟୁକ୍ରେନ୍‌ର ହାନ୍ନା ଓଖୋଟାଙ୍କୁ ପରାସ୍ତ କରି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେବା ସାଙ୍ଗକୁ ଅତି କମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଏହା ପୂର୍ବରୁ ଗୁରୁବାର ଏଲ୍‌ ସରିତା ଦେବୀ, ରିତୁ ଗ୍ରେଓ୍ଵାଲ ଓ ଲଭଲିନା ବୋର୍ଗୋହେଁ ସେମିଫାଇନାଲ୍‌ ପହଞ୍ଚି ପଦକ ପକ୍କା କରିଥିଲା ବେଳେ ଗୁରୁବାର ପୂର୍ବତନ ଏସୀୟ ୟୁଥ୍‌ ବିଜୟିନୀ ମନୀଷା (୫୪ କେଜି), ପୂଜା ରାଣୀ (୮୧ କେଜି) ଓ ଜ୍ୟୋତି ଗୁଲିଆ (୫୧ କେଜି) ମଧ୍ୟ ସେମିଫାଇନାଲ୍‌ ପହଞ୍ଚି ଯାଇଛନ୍ତି। ମନୀଷା ପୂର୍ବତନ ବିଶ୍ୱ ବିଜୟିନୀ କାଜାକସ୍ତାନର ଦିନା ଝୋଲାମନ୍‌ଙ୍କୁ ୫-୦, ପୂଜା ୟୁକ୍ରେନ୍‌ର ଆନାସ୍ତେସିଆ ଚେର୍ନୋକୋଲେଙ୍କୋଙ୍କୁ ଏବଂ ଜ୍ୟୋତି ଜର୍ମାନିର ରାଫେଲା ଆରାମ୍‌ପାଜିଙ୍କୁ ୫-୦ରେ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର