ପୁଲିସ ବନ୍ଧୁକଚାଳନା:ଫରିଦ୍‌ ଓ ଖାନ୍‌ଙ୍କୁ ଯୁଗଳ ସ୍ବର୍ଣ୍ଣ

ଢେଙ୍କାନାଳ: ଓଡ଼ିଶା ସ୍ବତନ୍ତ୍ର ସଶସ୍ତ୍ର ପୁଲିସ ବାହିନୀ ପକ୍ଷରୁ ରିଜର୍ଭ ପୁଲିସ୍‌ ପଡିଆ ଫାୟାରି˚ ରେଞ୍ଜରେ ଚାଲିଥିବା ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରାଇଫଲ ୧୦୦ ଗଜ ଏବ˚ ୨୦୦ ଗଜ ଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି। କମିସନେରେଟ୍‌ ବି’ର ଏସିପି ଏମ୍‌ଏସଏ ଫରିଦ୍‌ ଏବଂ ଉତ୍ତର କେନ୍ଦ୍ରା˚ଚଳ ରେଞ୍ଜ ତାଳଚେରର ହାବିଲଦାର ଆଇ ଖାନ୍‌ ୨ ଲେଖାଏଁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ରାଇଫଲ ୧୦୦ ଗଜରେ ଏସି ହଜାମ୍‌ ମୁର୍ମୁ ରୌପ୍ୟ ଏବି ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି। ବର୍ଗ-୩ରେ ଏଚ୍‌ଏଲ୍‌ ଖୁଜୁରଙ୍କୁ ରୌପ୍ୟ, ବାଳକୃଷ୍ଣ ଥାପାଙ୍କୁ କାଂସ୍ୟ ପଦକ ମିଳିଛି। ବର୍ଗ -୪ରେ ଏକେ ସାହାଣୀଙ୍କୁ ସ୍ବର୍ଣ୍ଣ, ତେଜ୍‌ ବାହାଦୁର ଥାପାଙ୍କୁ ରୌପ୍ୟ, ଏସ୍‌.କେ ପରିଡାଙ୍କୁ କାଂସ୍ୟ ପଦକ ମିଳିଛି। ବର୍ଗ-୫ରେ ଓପି ପ୍ରଧାନଙ୍କୁ ସ୍ବର୍ଣ୍ଣ, ଲଳିତ କୃଷ୍ଣ ବିଶୋଇଙ୍କୁ ରୌପ୍ୟ, ଏକେ ନାୟକଙ୍କୁ କାଂସ୍ୟ ପଦକ ମିଳିଛି। ରାଇଫଲ୍‌ ୨୦୦ ଗଜର ବର୍ଗ-୨ରେ କମିସନେରେଟ୍‌ ବି ର ଏସିପି (ଆର୍ମ) ଏମ୍‌ଏସ୍‌ଏ ଫରିଦ୍‌ଙ୍କୁ ସ୍ବର୍ଣ୍ଣ, ଟ୍ରେନି˚ ଇନ୍‌ଷ୍ଟିଚ୍ୟୁଟ୍‌ର ଡିଆଇଜି ବି ସାହୁଙ୍କୁ ରୌପ୍ୟ, ଗୁଇନ୍ଦା ବିଭାଗର ଭାବଗ୍ରାହୀ ବରିହାଙ୍କୁ କାଂସ୍ୟ ପଦକ ମିଳିଛି। ବର୍ଗ-୩ରେ ଉତ୍ତର କେନ୍ଦ୍ରା˚ଚଳ ରେଞ୍ଜ ତାଳଚେରର ହାବିଲଦାର ଆଇ ଖାନ୍‌ଙ୍କୁ ସ୍ବର୍ଣ୍ଣ, କମିସନେରେଟ୍‌ ବି’ର ଏସ୍‌ଆଇ (ଏ)ଏଚ୍‌ଏଲ୍‌ କୁଜୁରଙ୍କୁ ରୌପ୍ୟ, ଓଏସ୍‌ଏପି ତସ୍କରର ହାବିଲ୍‌ଦାର ବାଳକୃଷ୍ଣ ଥାପାଙ୍କୁ କାଂସ୍ୟ ପଦକ ମିଳିଛି। ବର୍ଗ-୪ରେ ଓଏସ୍‌ଏପି ତସ୍କରର ଏସ୍‌ଆଇ (ଏ) ତେଜ୍‌ ବାହାଦୁର ଥାପା ସ୍ବର୍ଣ୍ଣ, ଏକେ ସାହାଣୀ ରୌପ୍ୟ, ବି ରମେଶ ଏବ˚ ବି ଧଳ ଯୁଗ୍ମ ଭାବେ ତୃତୀୟ ହୋଇ କାଂସ୍ୟ ପଦକ ପାଇଛନ୍ତି। ବର୍ଗ-୫ରେ ବିଷ୍ଣୁ କୁମାର ପ୍ରଧାନଙ୍କୁ ସ୍ବର୍ଣ୍ଣ, ଏସ୍‌ଏସ୍‌ ସାହୁଙ୍କୁ ରୌପ୍ୟ, ଓଏସ୍‌ଏପି ପାନ୍ଥରର ବିକେ ମାଝୀଙ୍କୁ କାଂସ୍ୟ ପଦକ ମିଳିଛି।

ସମ୍ବନ୍ଧିତ ଖବର