ଶ୍ରୀଲଙ୍କା କ୍ରିକେଟରେ ରାଜନୀତି ପ୍ରବେଶ କରିଛି: ମୁରଲିଧରନ୍‌

ପୂର୍ବତନ କ୍ରିକେଟର କହିଲେ, କ୍ରିକେଟ ହେଉଛି ଆତ୍ମବିଶ୍ୱାସର ଖେଳ

ସ୍ୱଭାବତଃ କମ୍‌ କହୁଥିବା ମୁଥେୟା ମୁରଲିଧରନ୍‌ ଶ୍ରୀଲଙ୍କା କ୍ରିକେଟକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୁରଲିଧରନ ଶ୍ରୀଲଙ୍କା ଟିମ୍‌ର ଅବସ୍ଥା ଦେଖି ଖରାପ ପ୍ରଦର୍ଶନ ସମ୍ପର୍କରେ କହିଛନ୍ତି, ଏହାରି ପଛରେ ରାଜନୀତି ହେଉଛି ମୁଖ୍ୟ କାରଣ। ଗଣମାଧ୍ୟମକୁ ସୂଚନା ଦେଇ ମୁରଲିଧରନ୍‌ କହିଛନ୍ତି, ଶ୍ରୀଲଙ୍କା ଟିମ୍‌ର ଖରାପ ପ୍ରଦର୍ଶନ ଉପରେ ଆଲୋଚନା କରିଛନ୍ତି। ଏକଦା ଶ୍ରେଷ୍ଠ ସ୍ଥାନ ଦଖଲ କରୁଥିବା ପୂର୍ବତନ ବିଶ୍ୱ ବିଜୟୀ ଶ୍ରୀଲଙ୍କା ଟିମ୍‌ ଆଜିକାଲି ଦୟନୀୟ ସ୍ଥିତି ଦେଇ ଗତି କରୁଛି। ମୁରଲିଧରନ୍‌ ଅନୁସାରେ ଶ୍ରୀଲଙ୍କା ଟିମର ଖରାପ ଫର୍ମ ବେଶି ଦିନ ହୋଇ ନାହିଁ।

୨୦୧୧ରେ ଟିମ୍‌ ୫୦ ଓଭର କ୍ରିକେଟ ଓ୍ଵାଲର୍ଡ କପ୍‌ରେ ଉପବିଜେତା ଥିଲା। ସେହିଭଳି ୨୦୧୪ରେ ଏହି ଟିମ୍‌ ଟି-୨୦ରେ ଚମ୍ପିଅନ୍‌ ହୋଇଥିଲା। ମୁରଲିଙ୍କ ଅନୁସାରେ ଶ୍ରୀଲଙ୍କା ଟିମର ଯଦି ଖରାପ ଅବସ୍ଥା ହୋଇଛି, ତା’ହେଲେ ଉଭୟରେ ହୋଇଛି। ରାଜନୀତି କ୍ରିକେଟଙ୍କୁ ଭାଗ କରୁଛି। ମୁରଲି କହିଛନ୍ତି କ୍ରିକେଟକୁ ବୋର୍ଡ ପରିଚାଳନା କରୁଛି ଓ ଏହି କାରଣ ଯୋଗୁଁ ଖେଳର ସ୍ତର ନିମ୍ନ ଆଡ଼କୁ ଗତି କରୁଛି।

ବୋଲିଂରେ ଚମତ୍କାର ଆଣିଥିବା ମୁରଲିଧରନ ମଙ୍ଗଳବାର ନିଜର ଜନ୍ମଦିନ ପାଳନ କରିବା ଅସରରେ ଗଣମାଧ୍ୟମକୁ ଶ୍ରୀଲଙ୍କାରେ ବର୍ତ୍ତମାନ କ୍ରିକେଟର ସ୍ଥିତି ସମ୍ପର୍କରେ କହିଥିଲେ। ଏହି ଅବସରରେ ସେ କହିଥିଲେ, କ୍ରିକେଟ ହେଉଛି ଅତ୍ମବିଶ୍ୱାସର ଖେଳ। ମୁଁ ଗୋଟିଏ ଦିନରେ ଜଣେ ବଡ଼ ଖେଳାଳି ହୋଇ ପାରି ନଥିଲି। ଅର୍ଜୁନ ରଣତୁଙ୍ଗା ଅନେକ ବର୍ଷ ଧରି ମୋର ଆତ୍ମବିଶ୍ୱାସ ବଢ଼ାଇଥିଲେ। ମୁରଲି କହିଛନ୍ତି ବିଗତ ଗୋଟିଏ ବର୍ଷ ଭିତରେ ଶ୍ରୀଲଙ୍କା କ୍ରିକେଟରେ ୬୦ରୁ ଅଧିକ ଖେଳାଳି ବଦଳି ଯାଇଛନ୍ତି। ଖେଳାଳିମାନଙ୍କୁ କୁହାଯାଉଛି ଯେ, ଭଲ ପ୍ରଦର୍ଶନ କର ନହେଲେ ବାହାରେ ବସ। ଏହା ଶୁଣିବା ପରେ ଖେଳାଳିଙ୍କ ମନୋବଳ ଭାଙ୍ଗି ଯାଉଛି। ଯାହା ଫଳରେ ଶ୍ରୀଲଙ୍କାର ସ୍ଥିତି ଖରାପ ଆଡ଼କୁ ଗତି କରୁଛି।

ସମ୍ବନ୍ଧିତ ଖବର