ପାଓ୍ଵାର କପ୍ ସେମିରେ ନାଲ୍କୋ-ଇଡ୍କୋ
ଭୁବନେଶ୍ୱର: ଓପିଟିସିଏଲ୍ ଆନୁକୂଲ୍ୟରେ ରେଳବାଇ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ପାଓ୍ଵାର କପ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ନାଲ୍କୋ ଏବଂ ଇଡ୍କୋ ପହଞ୍ଚିଛନ୍ତି। ଉଭୟ ଦଳ ୧୦ ତାରିଖ ସେମିଫାଇନାଲ୍ରେ ଭେଟାଭେଟି ହେବେ। ସୋମବାର ଅନୁଷ୍ଠିତ ଦୁଇଟି କ୍ୱାର୍ଟର୍ ଫାଇନାଲ୍ରେ ନାଲ୍କୋ ୯ ଓ୍ଵିକେଟ୍ରେ ନେସ୍କୋକୁ ଏବଂ ଇଡ୍କୋ ୭ ଓ୍ଵିକେଟ୍ରେ ବେଦାନ୍ତକୁ ହରାଇଥିଲା। ପ୍ରଥମ କ୍ୱାର୍ଟର୍ ଫାଇନାଲ୍ରେ ନେସ୍କୋର ୧୧୧/୭ ଜବାବରେ ନାଲ୍କୋ ୧୩.୫ ଓଭରରେ ୧ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅର୍ଧଶତକ ହାସଲ କରିଥିବା ମନୋଜ ସାହୁ (୫୦ ବଲ୍, ୭୫ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ରେ ବେଦନ୍ତ ୧୩୦/୪ କରିଥିଲା। ଜବାବରେ ଚନ୍ଦ୍ରମଣି ବିଶ୍ୱାଳ (୫୯ ରନ୍, ୪ ଓ୍ଵିକେଟ୍)ଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନରେ ଇଡ୍କୋ ୧୮.୪ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଚନ୍ଦ୍ରମଣି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।