ସମ୍ବଲପୁର: ପୂର୍ବ ଭାରତ ଶକ୍ତିଶାଳୀ ପୁରୁଷ ଓ ମହିଳା ପ୍ରତିଯୋଗିତା ୨୦୧୯ ରବିବାର ସମ୍ବଲପୁର କଚେରି ଛକରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଷ୍ଟ୍ରଙ୍ଗମ୍ୟାନ୍ ସଂଘ, ସମ୍ବଲପୁର ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭୁବନେଶ୍ବରର ସୌମ୍ୟରଂଜନ ବେହେରା ଷ୍ଟ୍ରଙ୍ଗ୍ ମ୍ୟାନ୍ ଏବଂ ରାଉରକେଲାର ପ୍ରିୟଦର୍ଶିନୀ ବିଶୋୟୀ ଷ୍ଟ୍ରଙ୍ଗ୍ ଓମେନ୍ ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶାରୁ ୧୦ ମହିଳାଙ୍କ ସମେତ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ତଥା ଏସ୍ଏମ୍ସି କମିସନର୍ ଲିଂଗରାଜ ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଉପେନ୍ଦ୍ର ଶତପଥୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ବିଶ୍ବମ୍ବର ବହିଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିରୁପାକ୍ଷ ପ୍ରଧାନ। ସଂପାଦକ ସୋମନାଥ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ପ୍ରଶିକ୍ଷକ ସନ୍ତୋଷ ଭୂୟାଁ ଏବଂ ଗଂଗାଧର ବିଶୋୟୀଙ୍କୁ ସମ୍ମାନିତ କରା ଯାଇଥିଲା।
ପୂର୍ବଭାରତ ଶକ୍ତିଶାଳୀ ପୁରୁଷ ଓ ମହିଳା ପ୍ରତିଯୋଗିତା: ସୌମ୍ୟ ଓ ପ୍ରିୟଦର୍ଶିନୀ ଶ୍ରେଷ୍ଠ
/sambad/media/post_attachments/wp-content/uploads/2019/11/sffgsfgsfgh65sf4gs6f84g8sf4g65sf4g65s4fg65s4g.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)