ପ୍ରଦୀପ ମହାନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘର ଯୁଗ୍ମ ସମ୍ପାଦକ

କଟକ: ଓଡ଼ିଶା ବ୍ୟାଡ୍‌ମିଣ୍ଟନ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ବୁଧବାର ଗୋଆରେ ଅନୁଷ୍ଠିତ ନିର୍ବାଚନରେ ପ୍ରଦୀପ ନିର୍ବାଚିତ ହୋଇଥିଲା ବେଳେ ଆସନ୍ତା ୪ ବର୍ଷ ପାଇଁ ସେ ଏହି ପଦବିରେ ରହିବେ। ଏଥିସହିତ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରଦୀପଙ୍କୁ ଆବାହକ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର