ଫିଫା କାର୍ଯ୍ୟନିର୍ବାହୀ ପରିଷଦକୁ ନିର୍ବାଚିତ ହେବେ ପ୍ରଫୁଲ୍ଲ!

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର ସଭାପତି ପ୍ରଫୁଲ୍ଲ ପଟେଲ ଫିଫା କାର୍ଯ୍ୟନିର୍ବାହୀ ପରିଷଦକୁ ନିର୍ବାଚିତ ହେବ‌ାର ସମ୍ଭାବନା ରହିଛି। ଯଦି ସେ ନିର୍ବ‌ାଚିତ ହୁଅନ୍ତି ତେବେ ପ୍ରଥମ ଭାରତୀୟ ଭାବେ ଏହି ଗୌରବ ପାଇବେ। ତାଙ୍କ କାଯ୍ୟକାଳ ୪ ବର୍ଷ ରହିବ।‌ ଏସୀୟ ଫୁଟ୍‌ବଲ୍‌ ମହାସଂଘ (ଏଏଫ୍‌ସି)ରୁ ୫ ଜଣ ଫିଫା କାର୍ଯ୍ୟନିର୍ବାହୀ ପରିଷଦକୁ ନିର୍ବାଚିତ ହେବେ। ଏହି ୫ ଜଣଙ୍କ ମଧ୍ୟରେ ପ୍ରଫୁଲ୍ଲ ପଟେଲ ରହିଛନ୍ତି ‌ବୋଲି ଏଆଇଏଫ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଚଳିତ ମାସ ୬ ତାରିଖରେ ଏଏଫ୍‌ସି କଂଗ୍ରେସ ମାଲେସିଆର କୁଆଲାଲୁମ୍ପରଠାରେ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ ସଦସ୍ୟ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ମୋଟ ଉପରେ ୫ ପଦ ଲାଗି ୮ ଜଣ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ଶ୍ରୀ ପଟେଲଙ୍କ ସହ ଦୌଡ଼ରେ ରହିଛନ୍ତି କାତାରର ସୌଦ ଏ ଅଜିଜ ଏମ୍‌ଏ ଅଲ୍‌-ମହାନ୍ନାଦି, ସାଉଦି ଆରବର ଖଲିଦ ଆୱାଦ ଏ ଅଲଥେବିଟି, ଫିଲିପାଇନ୍ସର ମାରିଆନୋ ଭି ଆରାନେତା ଜୁନିୟର, କୋରିଆର ଚୁଆଙ୍ଗ ମଙ୍ଗ ଜିୟୁ, ଚୀନ୍‌ର ଡୁ ଝାଓକାଇ, ଇରାନର ମେ‌ହଦି ତାଜ ଓ ଜାପାନର କୋଜୋ ତାସିମା।

ସମ୍ବନ୍ଧିତ ଖବର