ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପ୍ରଜ୍ଞାନ ଓଝା

ଭୁବନେଶ୍ୱର : ଓଡ଼ିଆ କ୍ରିକେଟିୟର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଏ ସଂପର୍କରେ ସେ ଟ୍ଵିଟ କରି ଘୋଷଣା କରିଛନ୍ତି ।

ନିଜର ଟ୍ଵିଟ ସହ ଏକ ପତ୍ର ସେ ସେୟାର କରିଛନ୍ତି । ଏହି ପତ୍ର ମାଧ୍ୟମରେ ସେ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ, ଟିମ ସହକର୍ମୀ ଓ କ୍ରିକେଟ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ କ୍ରିକେଟର ଉନ୍ନତି ପାଇଁ ଯୋଗଦାନ ଦେଇଚାଲିବେ ବୋଲି ସେ କହିଛନ୍ତି ।

୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ବାମହାତୀ ସ୍ପିନର ପ୍ରଜ୍ଞାନ ମୋଟ ୧୮ଟି ଏକଦିବସୀୟ ମ୍ୟାଚ ଖେଳି ମୋଟ ୨୧ଟି ଓ୍ଵିକେଟ ନେଇଛନ୍ତି । ଏହା ପରବର୍ଷ ଅର୍ଥାତ ୨୪ ନଭେମ୍ବର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ମୋଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଛନ୍ତି । ଆଇପିଏଲରେ ସେ ପ୍ରଥମେ ଡେକାନ ଚାର୍ଜର୍ସ ଓ ପରେ ମୁମ୍ବଇ ଇଣ୍ଡିଆନ ତରଫରୁ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ହାଇଦ୍ରାବାଦ ପାଇଁ ଖେଳୁଥିଲେ ।

ସମ୍ବନ୍ଧିତ ଖବର