ଅଷ୍ଟ୍ରେଲିଆ ଗଲେ ପ୍ରମୋଦ

ଭୁବନେଶ୍ବର: ଅଷ୍ଟ୍ରେଲିଆ ପାରା ବ୍ୟାଡ୍‌ମିଣ୍ଟନ୍‌ ଇଣ୍ଟରନ୍ୟାସନାଲରେ ଭାଗ ନେବାକୁ ଯାଉଥିବା ୮ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ପ୍ରମୋଦ ଭଗତ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ ଚଳିତ ମାସ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ପାଖାପାଖି ୧୮ ଦେଶରୁ ୧୦୭ ଖେଳାଳି ଯୋଗ ଦେବେ। ପ୍ରମୋଦ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଥିବାରୁ ଅଷ୍ଟ୍ରେଲିଆରେ ସେହି ସଫଳତା ଦୋହରାଇବାର ଆଶା ରଖିଛନ୍ତି। ‌ଏକକ ସହ ସେ ମହାରାଷ୍ଟ୍ରର ସୁକାନ୍ତ କଦମଙ୍କୁ ସାଥୀ କରି ଯୁଗଳରେ ପ୍ରତିଦ୍ବନ୍ଦିତା କରିବେ।

ସମ୍ବନ୍ଧିତ ଖବର