ଥାଇଲାଣ୍ଡ୍‌ରେ ପ୍ରମୋଦ ବିଜେତା

ଭୁବନେଶ୍ୱର: ଥାଇଲାଣ୍ଡ୍‌ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ତାରକା ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ରରିବାର ଷ୍ଟାଣ୍ଡିଂ ଲୋୟାର-୩ ଏକକ ବର୍ଗ ଫାଇନାଲ୍‌ରେ ସେ ନିଜ ଦେଶର ମନୋଜ ସରକାରଙ୍କୁ ୨୧-୧୮, ୨୧-୦୯ରେ ହରାଇଥିଲେ। ଏଠାରେ ଟ୍ରଫି ଜିତିବା ପରେ ପ୍ରମୋଦ ଏସୀୟ ଦିବ୍ୟାଙ୍ଗ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିବା ନିଶ୍ଚିତ ହୋଇଛି ବୋଲି ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ୍‌ ସଂଘର ସଂଯୋଜକ ସୁନିଲ ପ୍ରଧାନ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହି ସଫଳତା ଲାଗି ପ୍ରମୋଦଙ୍କୁ ଓଡ଼ିଶା ସଂଘର ଦିଗ୍‌ଦର୍ଶକ ଶିବ ପ୍ରସାଦ ଦାସଙ୍କ ସହିତ ଓଡ଼ିଶା ପାରା ପ୍ଲେୟାର ଫୋରମର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର