ଭୁବନେଶ୍ବର: ବିହାରର ପାଟଣାଠାରେ ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଦୁଇ ଜଣ ଏସ୍ କୃଷ୍ଣରାଓ (୫୫ କିଲୋଗ୍ରାମ୍) ଏବଂ ପ୍ରାଣକୃଷ୍ଣ ସାହୁ (୭୫ କିଲୋଗ୍ରାମ) ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ପରେ କିନ୍ତୁ ଓଡ଼ିଶା ସୁନ୍ଦରସ୍ବାସ୍ଥ୍ୟ ସଂଘ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର ସର୍ବସମ୍ମତିକ୍ରମେ ପୂର୍ବଭାରତ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି ନିର୍ବାଚିତ ହୋଇ ଓଡ଼ିଶା ଖୁସିକୁ ଦ୍ବିଗୁଣିତ କରିଥିଲେ। ଏଥି ସହିତ ବାବୁଲି ସ୍ବାଇଁ ଉପ ସଭାପତି, ତରୁଣ କୁମାର ଚାଟାର୍ଜୀ ସାଂଗଠନିକ ସମ୍ପାଦକ, ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ କାର୍ଯ୍ୟକାରୀ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟର ପ୍ରଗତି ଦିଗରେ ଏହି ଦାୟିତ୍ବ ସହାୟକ ହେବ ବୋଲି ନବନିର୍ବାଚିତ ସଭାପତି ପ୍ରସନ୍ନ ମହାସୁଆର ପ୍ରକାଶ କରିଛନ୍ତି।
ପ୍ରସନ୍ନ ପୂର୍ବଭାରତ ସୁନ୍ଦରସ୍ବାସ୍ଥ୍ୟ ସଂଘ ସଭାପତି
/sambad/media/post_attachments/wp-content/uploads/2019/03/7-Bodybuilding.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)