ଅଭ୍ୟାସ ମ୍ୟାଚ୍‌: ପରାଜୟ ଧାରା ଭାଙ୍ଗିଲା ଜର୍ମାନି

ମାଦ୍ରିଦ୍‌: ଆଉ ମାତ୍ର ୪ ଦିନ ପରେ ମସ୍କୋ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଥିଲା ବେଳେ ବିଶ୍ୱବିଜେତା ଜର୍ମାନି କଷ୍ଟେମଷ୍ଟେ ତା’ର ପରାଜୟ ଧାରା ଭାଙ୍ଗିବାରେ ସମର୍ଥ ହୋଇଛି। କ୍ରମାଗତ ୫ ମ୍ୟାଚ୍‌ରେ ବିଜୟ ଶୂନ୍ୟ ରହିଥିବା ଜର୍ମାନି ଶେଷରେ ଶୁକ୍ରବାର ଅଭ୍ୟାସ ମ୍ୟାଚ୍‌ରେ ସାଉଦି ଆରବକୁ ୨-୧ ଗୋଲ୍‌ରେ ପରାସ୍ତ କରି ଚଳିତ ବର୍ଷର ପ୍ରଥମ ବିଜୟ ପାଇବା ସହିତ ବିଶ୍ୱକପ୍‌ ପ୍ରସ୍ତୁତି ଶେଷ କରିଛି। ଟିମୋ େଓ୍ଵର୍ନର ପ୍ରଥମ ଗୋଲ୍‌ କରି ଜର୍ମାନିକୁ ଅଗ୍ରଣୀ ଦେଇଥିଲା ବେଳେ ଓମାର୍‌ ହଓ୍ଵାସାଇଙ୍କ ଆତ୍ମଘାତୀ ଗୋଲ୍‌ ର୍ଜମାନିକୁ ପ୍ରଥମାର୍ଧରେ ହିଁ ୨-୦ରେ ଆଗୁଆ ହେବାରେ ସହାୟତା କରିଥିଲା। ଏହାପରେ ଅଲ୍‌ ସାଲାଓ୍ଵିଙ୍କ ଗୋଲ୍‌ ସାଉଦି ଆରବକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ ବି ଜର୍ମାନି ୨-୧ରେ ବିଜୟୀ ହୋଇଥିଲା। ଶୁକ୍ରବାରର ଆଉ ତିନିଟି ମ୍ୟାଚ୍‌ରେ ଇରାନ୍‌, କ୍ରୋଏସିଆ ଓ ସ୍ୱିଜରଲାଣ୍ଡ୍‌ ବିଜୟ ହାସଲ କରିଥିଲା ବେଳେ ପୋଲାଣ୍ଡ୍‌-ଚିଲି ମୁକାବିଲା ଅମୀମାଂସିତ ରହିଥିଲା। ଇରାନ୍‌ ୧-୦ ଗୋଲ୍‌ରେ ଲିଥୁଆନିଆକୁ ପରାସ୍ତ କରିଥିଲା ବେଳେ କ୍ରୋଏସିଆ ୨-୧ରେ ସେନେଗାଲ୍‌କୁ ଏବଂ ସ୍ୱିଜରଲାଣ୍ଡ୍‌ ୨-୦ରେ ଜାପାନକୁ ପରାସ୍ତ କରି ବିଶ୍ୱକପ୍‌ ପ୍ରସ୍ତୁତି ଶେଷ କରିଛନ୍ତି। ତେବେ ପୋଲାଣ୍ଡ୍‌-ଚିଲି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର