ପ୍ରତ୍ୟୁଷ ଜିତିଲେ ଚାମ୍ପିଅନସିପ୍‌ ସିରିଜ୍ ଟେନିସ୍

ଭୁବନେଶ୍ବର: ହରିଆଣା ଟେନିସ୍ ସଂଘ ଆନୁକୂଲ୍ୟରେ ସେଠାକାର ରାଇଡର୍ସ ସ୍ପୋର୍ଟସ୍ ଏକାଡେମି ପରିସରରେ ଚଳିତ ମାର୍ଚ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଚାମ୍ପିଅନସିପ୍‌ ସିରିଜ୍-୭ ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟୁଷ ମହାନ୍ତି ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ୧୮ ବର୍ଷରୁ କମ୍‌ ବାଳକ ଏକକ ଫାଇନାଲରେ ପ୍ରତ୍ୟୁଷ ତାଙ୍କ ପ୍ରତିଦ୍ବନ୍ଦ୍ବୀ ହରିଆଣାର ଲୋକେଶ ପନଙ୍କୁ ୬-୪, ୬-୨ ସିଧାସଳଖ ସେଟ୍‌ରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛନ୍ତି। ଭୁବନେଶ୍ବରର ଏସ୍ଏସ୍ ଟେନିସ୍ ଏକାଡେମିରେ ପ୍ରଶିକ୍ଷିତ ପ୍ରତ୍ୟୁଷ ଗତ ସପ୍ତାହରେ ଜୟପୁରଠାରେ ଅନୁଷ୍ଠିତ ଏହି ସିରିଜ୍ ପ୍ରତିଯୋଗିତାରେ ଉପବିଜେତା ହୋଇଥିଲେ। ଜାତୀୟ ସ୍ତରରେ ଉତ୍କର୍ଷତା ପ୍ରଦର୍ଶନ ପୂର୍ବକ ଭାରତର ଶୀର୍ଷ ୫୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇ ସାରିଥିବା ପ୍ରତ୍ୟୁଷ ଅନ୍ତର୍ଜାତୀୟ ସର୍କିଟ୍‌ରେ ଅନୁରୂପ ଖେଳ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବା ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର