ଭାରତର ସଫଳତା କାମନା କରି ହୋମଯଜ୍ଞ

ଚନ୍ଦ୍ରଶେଖରପୁର: ପୁରୁଷ ହକି ବିଶ୍ବକପ୍‌ରେ ଭାରତର ‌ସଫଳତା କାମନା କରି ଆଜି କିସ୍ ଆବାସିକ ବିଦ୍ୟାଳୟର କ୍ରୀଡ଼ା ବିଭାଗ ହକି ଛାତ୍ରଛାତ୍ରୀମାନେ ଶ୍ରୀବାଣୀ‌ କ୍ଷେତ୍ର ଜଗନ୍ନାଥ ମନ୍ଦିରରେ ହୋମଯଜ୍ଞ ଓ ପୂଜାର୍ଚନା କରିଛନ୍ତି। କ୍ରୀଡ଼ା ବିଭାଗ ହକି ପ୍ରଶିକ୍ଷକ କ୍ରିଷ୍ଟୋଫର ଲାକ୍ରାଙ୍କ ନେତୃତ୍ବରେ ଏହି ପୂଜାର୍ଚନା କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ କ୍ରୀଡ଼ା ବିଭାଗ ମୁଖ୍ୟ ରୁଦ୍ରନାରାୟଣ ଜେନା। ଅନୁଷ୍ଠାନର ହକି ଛାତ୍ରଛାତ୍ରୀମାନେ ସ୍ବତନ୍ତ୍ର ଜର୍ସି ପିନ୍ଧି ହକି ଷ୍ଟିକ୍ ଓ ଜାତୀୟ ପତାକା ଧରି ହୋମରେ ବସିଥିଲେ। ୨ଘଣ୍ଟାର ଏହି ଯଜ୍ଞରେ ଅନୁଷ୍ଠାନର ନିର୍ଦେଶକ ପି‌କେ ଦାସ ଯଜ୍ଞରେ କର୍ତା ଭାବେ ଯୋଗ ଦେଇଥିଲେ। ହୋମଯଜ୍ଞ ଶେଷ ହେବାପରେ ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଓ ଜାତୀୟ ପତାକା ‌ଧରି କ୍ୟାମ୍ପସ୍ ବୁଲିଥିଲେ।

ସମ୍ବନ୍ଧିତ ଖବର