ପୃଥ୍ଵୀ ସ ପଦାର୍ପଣ ଟେଷ୍ଟରେ ହାସଲ କଲେ ଶତକ, ଏମିତି କଲେ ରେକର୍ଡ

ରାଜକୋଟ: ପୃଥ୍ଵୀ ସ ପଦାର୍ପଣ ଟେଷ୍ଟରେ ଗୁରୁବାର ଶତକ(୧୩୪) ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୁଜୁରାଟର ରାଜକୋଟ ଷ୍ଟାଡିିୟମରେ ଭାରତୀୟ ଯୁବ ବ୍ୟାଟସ୍‌ମ୍ୟାନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୧୫୪ଟି ବଲ ଖେଳି ୧୪ଟି ଚୌକା ମାରିଛନ୍ତି। ୧୮ ବର୍ଷିଅ ପୃଥ୍ଵୀ ସଙ୍କ ଇନିଂସକୁ ପ୍ରଶଂସକ ଓ ଦର୍ଶକ ପ୍ରଶଂସା କରିଛନ୍ତି।

ପଦାର୍ପଣ ମ୍ୟାଚରେ ହ୍ୟାଟ୍ରିକ ଶତକ

-ପୃଥ୍ଵୀ ସ ରଣଜୀ ଟ୍ରଫିର ସେମିଫାଇନାଲ(୨୦୧୭ ଜାନୁଆରି)ରେ ପଦାର୍ପଣ କରି ଶତକ ହାସଲ କରିଥିଲେ।
-ଦିଲ୍ଲୀପ ଟ୍ରଫିରେ ପୃଥ୍ଵୀ ଯେତେବେଳେ (୨୦୧୭ ସେପ୍ଟେମ୍ବର) ପଦାର୍ପଣ କରିଥିଲେ, ସେହି ସମୟରେ ଶତକ ହାସଲ କରିଥିଲେ।
-ସେହିଭଳି ଟେଷ୍ଟ କ୍ରିକେଟରେ ପୃଥ୍ଵୀ ପଦାର୍ପଣ କରି ଶତକ ହାସଲ କରିଛନ୍ତି।

ଯୁବ ଭାରତୀୟଙ୍କ ଟେଷ୍ଟ ଶତକ

-୧୭ ବର୍ଷ ୧୧୨ ଦିନ: ସଚିନ ତେନ୍ଦୁଲକର ବନାମ ଇଂଲଣ୍ଡ, ମଞ୍ଚେଷ୍ଟର, ୧୯୯୦
-୧୮ ବର୍ଷ ୩୨୯ ଦିନ: ପୃଥ୍ଵୀ ସ ବନାମ ୱେଷ୍ଟଇଣ୍ଡିଜ, ରାଜକୋଟ, ୨୦୧୮
-୨୦ ବର୍ଷ ୨୧ ଦିନ: କପିଳ ଦେବ ବନାମ ୱେଷ୍ଟଇଣ୍ଡିଜ, ଦିଲ୍ଲୀ, ୧୯୭୯
-୨୦ ବର୍ଷ ୧୩୧ ଦିନ: ଆବାସ ଅଲ୍ଲୀ ବେଗ ବନାମ ଇଂଲଣ୍ଡ, ମଞ୍ଚେଷ୍ଟର, ୧୯୫୯

ପୃଥ୍ଵୀ ସ ପଦାର୍ପଣ ମ୍ୟାଚରେ ୯୯ଟି ବଲ ଖେଳି କ୍ୟାରିୟରର ପ୍ରଥମ ଶତକ ପୂରା କରିଛନ୍ତି। ଏହା ବ୍ୟତୀତ ପୃଥ୍ଵୀ ପଦାର୍ପଣ ମ୍ୟାଚରେ ସବୁଠାରୁ ଦ୍ରୁତ ଗତିରେ ଶତକ ହାସଲ କରିବାରେ ୩ୟ ବ୍ୟାଟସ୍‌ମ୍ୟାନ ହୋଇପାରିଛନ୍ତି। ପୃଥ୍ଵୀଙ୍କ ଆଗରେ ଶିଖର ଧାଓ୍ଵନ ଓ ୱେଷ୍ଟଇଣ୍ଡିଜର ଡେ୍ଵନ ସ୍ମିଥ ଅଛନ୍ତି।

ପଦାର୍ପଣ ଟେଷ୍ଟରେ କମ୍‌ ବଲ ଖେଳି ଶତକ

-୮୫ ବଲ: ଶିଖର ଧାଓ୍ଵନ ବନାମ ଅଷ୍ଟ୍ରେଲିଆ, ମୋହାଲି, ୨୦୧୩
-୯୩ ବଲ: ଡେ୍ଵନ ସ୍ମିଥ ବନାମ ଦକ୍ଷିଣ ଆଫ୍ରିକା, କେପଟାଉନ୍‌, ୨୦୦୪
-୯୯ ବଲ: ପୃଥ୍ଵୀ ସ ବନାମ ୱେଷ୍ଟଇଣ୍ଡିଜ, ରାଜକୋଟ, ୨୦୧୮

ପୃଥ୍ଵୀ ସ ପଦାର୍ପଣ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବା ବ୍ୟାଟସ୍‌ମ୍ୟାନ ତାଲିକାର ୪ର୍ଥ ସ୍ଥାନ ନେଇଛନ୍ତି। ଏହି ତାଲିକାରେ ପୂର୍ବରୁ ବାଂଲାଦେଶ କ୍ରିକେଟର ମହମ୍ମଦ ଆସ୍ରଫୁଲ, ଜିମ୍ବାେଓ୍ଵର ହେମିଲଟନ ମସାକାଦଜା ଓ ପାକିସ୍ତାନର ପୂର୍ବତନ କ୍ରିକେଟର ସଲିମ ମଲିକ ସାମିଲ ଅଛନ୍ତି।

ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିବାରେ ପୃଥ୍ଵୀ ହେଉଛନ୍ତି ୧୫ତମ ଭାରତୀୟ। ଏହା ପୂର୍ବରୁ ରୋହିତ ଶର୍ମା ୨୦୧୩ ନଭେମ୍ବରରେ ୱେଷ୍ଟଇଣ୍ଡିଜ ବିରୋଧରେ କୋଲକାତାର ଇଡେନ ଗାର୍ଡେନରେ ନିଜର ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର