ପ୍ରୋ କବାଡ଼ି: ଗୁଜରାଟ ବିଜୟୀ

ଜୟପୁର: ଚଳିତ ପ୍ରୋ କବଡ଼ି ଲିଗ୍‌ର ରବିବାର ମ୍ୟାଚ୍‌ରେ ଗୁଜରାଟ ଫର୍ଚୁନ ଜିଆଣ୍ଟ୍‌ସ ବିଜୟୀ ହୋଇଛି। ଏହି ଦଳ ୩୩-୨୯ରେ ପାଟନା ପାଇରାଟ୍ସକୁ ପରାସ୍ତ କରିଛି। ଗୁଜରାଟ ପକ୍ଷରୁ ମହେନ୍ଦ୍ର ରାଜପୁତ ଏବଂ ପାଟନାର ମନୁ ଗୋଏତ ୬ ପଏଣ୍ଟ୍‌ ଲେଖାଏଁ ସ୍କୋର୍‌ କରିଥିଲେ। ବିଜୟ ସହ ଗୁଜରାଟ ୨୦ ମ୍ୟାଚ୍‌ରୁ ୧୩ ବିଜୟ ସହ ୧୧୦ ପଏଣ୍ଟ୍‌ ପାଇ ପ୍ରଥମ ଏବଂ ପାଟ୍‌ନା ପାଇରାଟ୍ସ ୨୦ ମ୍ୟାଚ୍‌ରୁ ୬୭ ପଏଣ୍ଟ୍‌ ସହ ତାଲିକାର ଦ୍ୱିତୀୟରେ ରହିଛି।

ସମ୍ବନ୍ଧିତ ଖବର