ଧୋନି-ଧାୱନଙ୍କୁ ନେଇ ଦ୍ବନ୍ଦ୍ବ

ଇଣ୍ଡିଜ୍ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ଆସନ୍ତା ୧୯ ତାରିଖରେ ହେବ। ତେବେ ଏହି ଦଳରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସ୍ଥାନ ପାଇବେ କି ନାହିଁ , ସେ ନେଇ ସନ୍ଦେହ ରହିଛି। ଚୟନକର୍ତା ମଧ୍ୟ ଭବିଷ୍ୟତକୁ ଆଖି ଆଗରେ ରଖି ଧୋନିଙ୍କ ଉପରେ ଆଉ ଅଧିକ ସମୟ ଦେବାକୁ ଚାହୁଁ ନାହାନ୍ତି। ସେଥିପାଇଁ ଧୋନିଙ୍କ ସହ କଥା ହୋଇ ତାଙ୍କ ସମ୍ମାନସ୍ପଦ ବିଦାୟ ନେବା ଦାୟିତ୍ବ ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ପ୍ରସାଦ ବ୍ୟକ୍ତିଗତ ଭାବେ ଧୋନିଙ୍କ ସହ ଏଥିନେଇ ଆଲୋଚନା କରିବେ। ଧୋନି ଅଧିକ ଦିନ ଖେଳିବାକୁ ଆଗ୍ରହ ପ୍ରକାଶ କଲେ ମଧ୍ୟ ଦଳୀୟ ପରିଚାଳକମାନେ କ’ଣ ଚାହୁଁଛନ୍ତି, ତାହା ଧୋନିଙ୍କୁ ସେ ସଫା ସଫା କହିଦେବେ। ବିସିସିଆଇ ସୂତ୍ରରୁ ଏହା ଜଣାପଡ଼ିଛି। ଧୋନିଙ୍କ ସହ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଫିଟନେସ୍ ନେଇ ମଧ୍ୟ କୌଣସି ସୂଚନା ବିସିସିଆଇ ଦେଇ ନାହିଁ। ଏଣୁ ସେ ୱେଷ୍ଟଇଣ୍ଡିଜ୍ ଯିବା ନେଇ ମଧ୍ୟ ସନ୍ଦେହ ରହିଛି। ଖେଳାଳିମାନେ ନିଜ ମନ ମୁତାବକ ଶୃଙ୍ଖଳା ଖେଳିବା ମଧ୍ୟ ଚୟନକର୍ତାଙ୍କ ବୈଠକରେ ଅନ୍ୟତମ ଚର୍ଚାର ବିଷୟ ରହିବ।

ସମ୍ବନ୍ଧିତ ଖବର