ଓଡ଼ିଶାକୁ ଜିତାଇଲେ ପୁନମ, ଲୁଇସା, ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌

କଟକ: ସୁରଟରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ରେ ଓଡ଼ିଶା ବିଜୟୀ ହୋଇଛି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୭୪ ରନ୍‌ରେ ତାମିଲନାଡୁକୁ ହରାଇଛି। ଟସ୍‌ ଜିତି ଓଡ଼ିଶା ବ୍ୟାଟି˚ କରିଥିଲା ବେଳେ ନିର୍ଧାରିତ ଓଭରରେ ୪ ଵିକେଟ ହରାଇ ୨୦୦ ରନ୍‌ କରିଥିଲା। ପୁନମ ନାୟକ ଅପରାଜିତ ୫୮, ସୁଶ୍ରୀ ଦିବ୍ୟଦର୍ଶିନୀ ୪୮, ଅଞ୍ଜଳି ସି˚ହ ୩୫, ରଶ୍ମିତା ଚିହ୍ନାରା ୧୯, ରାଣୀ ଟୁଡୁ ୧୬ ରନ୍‌ର ଯୋଗଦାନ କରିଥିଲେ। ଏହାର ଜବାବରେ ତାମିଲନାଡୁ ୧୨୬ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଏସ୍‌ ଅନୁଷା ୭୧ ରନ୍‌ର ପାଳି ଖେଳିଥିଲେ ବି ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ବିଜୟୀ ଦଳ ପାଇଁ ଲୁଇସା ଦାଶ ସର୍ବାଧିକ ୪, ଇନ୍ଦ୍ରାଣୀ ଛତ୍ରିଆ ୩, ସୁଶ୍ରୀ ଦିବ୍ୟଦର୍ଶିନୀ ଓ ବର୍ଷାରାଣୀ ସି˚ହ ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ୨୬ ତାରିଖରେ କର୍ଣ୍ଣାଟକକୁ ଭେଟିବ।

ସମ୍ବନ୍ଧିତ ଖବର