ପଂଜାବର ବ୍ୟାଟିଂ ବିପର୍ଯ୍ୟୟ , ମାତ୍ର ୮୮ ରନରେ ଅଲଆଉଟ୍‌

ଇନ୍ଦୋର : ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୮ ତମ ମ୍ୟାଚରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କିଙ୍ଗସ ଏକାଦଶ ପଂଜାବ । ଦଳ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ବୋଲିଂ ଆକ୍ରମଣକୁ ସମ୍ମୁଖୀନ ହୋଇ ନପାରି ମାତ୍ର ୮୮ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ଆରନ ଫିଞ୍ଚ୍‌ ସର୍ବାଧିକ ୨୬ ରନ ଓ କେଏଲ ରାହୁଲ ୨୧ ସଂଗ୍ରହ କରିଥିଲେ । ପିଞ୍ଚ ଆଉଟ ହେବା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇ ମାତ୍ର ୧୦ ଭିତରେ ଦଳ ଅଲଆଉଟ ହୋଇଯାଇଥିଲା । ପଂଜାବ ଦଳ ୨୦ ଓଭର ଖେଳି ନପାରି ୧୫ ଓଭରରେ ହିଁ ଅଲଆଉଟ ହୋଇଯାଇଥିଲା । ବାଙ୍ଗାଲୋର ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ଓ୍ଵିକେଟ ନେଇଛନ୍ତି । ସେହିପରି ମହମ୍ମଦ ସିରାଜ, ଚହଲ , କଲିନ ଗ୍ରାଡୋମ ଓ ମୋଇନ ଅଲି ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର