ରାଜସ୍ଥାନରେ କିଙ୍ଗସ୍‌ର ରାଜ: ପଞ୍ଜାବଠୁ ୧୪ ରନ୍‌ରେ ହରିଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଆଇପିଏଲ୍‌-୧୨ର ଚତୁର୍ଥ ମ୍ୟାଚରେ ୧୪ ରନ୍‌ରେ ବଜୟୀ ହୋଇଛି କିଙ୍ଗସ୍‌ ଏକାଦଶ ପଞ୍ଜାବ । ଜସ୍‌ ବଟଲରଙ୍କ ଦମଦାର ବ୍ୟାଟିଂ (୪୩ ବଲ୍‌ରେ ୬୯ ରନ୍‌) ସତ୍ତ୍ୱେ ୧୪ ରନ୍‌ରେ ହାରିଲା ରାଜସ୍ଥାନ ରୟାଲ୍ସ । ପଞ୍ଜାବ ପକ୍ଷରୁ ସାମ୍‌ କ୍ୟୁରନ୍‌, ମୁଜିବୁର ରହମାନ ଓ ଅଙ୍କିତ୍‌ ରାଜପୁତ ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୧ ଓ୍ଵିକେଟ ନେଇଥିଲେ । ରାଜସ୍ଥାନ ପ୍ରଥମରୁ ଆକ୍ରାମକ ବ୍ୟାଟିଂ କରିଥିଲା କିନ୍ତୁ ବଟଲର ଆଉଟ ହେବା ପରେ ପଞ୍ଜାବର ବୋଲିଂ ଆଗରେ ରାଜସ୍ଥାନର ବ୍ୟାଟସ୍‌ମ୍ୟାନ ତିଷ୍ଠି ପାରିନଥିଲେ । ଫଳରେ ୧୪ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇଲା କିଙ୍ଗସ୍‌ ଏକାଦଶ ପଞ୍ଜାବ ।

ଏହା ପୂର୍ବରୁ କିଙ୍ଗସ ଏକାଦଶ ପଂଜାବ ରାଜସ୍ଥାନ ରୟାଲ୍ସ ଆଗରେ ୧୮୪ ରନର ଲକ୍ଷ୍ୟ ରଖିଥିଲା । ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପଂଜାବ ଇନିଂସରେ ଆକର୍ଷଣୀୟ ଥିଲା ଭେଟେରାନ କ୍ରିସ ଗେଲଙ୍କ ୪୭ ବଲରେ ୭୯ ରନ । ଏହି ଇନିଂସରେ ସେ ୪ଟି ଛକା ଓ ୮ଟି ଚୌକା ମାରିଥିଲେ । ସରଫରାଜ ଖାଁ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ୨୯ ବଲରେ ୪୬ ରନ କରିଥିଲେ । ମୟଙ୍କ ଅଗ୍ରଓ୍ଵାଲ ୨୨ ରନ କରି ଗୋଥାମଙ୍କ ବଲରେ ଆଉଟ ହୋଇଥିଲା । ତେ‌ବେ ଗେଲଙ୍କ ସହିତ ଓପନିଂ ଆସିଥିବା ଲୋକେଶ ରାହୁଲ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ସେ ଧଓ୍ଵଲ କୁଲକର୍ଣ୍ଣିଙ୍କ ବଲରେ ଓ୍ଵାର୍ନରଙ୍କ ହାତରେ ଧରା ପଡିଥିଲେ । ରାଜସ୍ଥାନ ପକ୍ଷରୁ ବେନ ଷ୍ଟୋକ୍ସ ୨ଟି ଏବଂ ଧଓ୍ଵଲ କୁଲକର୍ଣ୍ଣି ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର