ଫାଇନାଲରେ ସାମିଲ ହେବେ ପୁଟିନ

0 69

ମସ୍କୋ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫିଫା ଫୁଟବଲ୍‌ ବିଶ୍ୱକପର ଫାଇନାଲ୍‌ ମ୍ୟାଚ୍‌ରେ ସାମିଲ ହେବେ। ତାଙ୍କ ପ୍ରବକ୍ତା ସୋମବାର ଏହି ସୂଚନା ଦେଇଛନ୍ତି। ପୁଟିନ ରୁଷିଆର କ୍ୱାର୍ଟର ଫାଇନାଲ୍‌ ଦେଖିବାକୁ ଆସି ନଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଭ୍ଲାଦିମିର ମେଦଭେଦେଭ ଦର୍ଶକ ଷ୍ଟାଣ୍ଡରେ ବସି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ରାଷ୍ଟ୍ରପତି ପୁଟିନ ରୁଷିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ ଯାଇ ନଥିଲେ ମଧ୍ୟ ପ୍ରଶିକ୍ଷକ ସ୍ତାନିସ୍ଲାଭ୍‌ ଚେରସେସୋଭଙ୍କ ସଂପର୍କରେ ଥିଲେ ବୋଲି ତାଙ୍କ ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.