ଏରୋ ଇଣ୍ଡିଆ ଏୟାର ସୋ’ରେ ଅଂଶ ଗ୍ରହଣ କରି ଆକାଶରେ ଉଡ଼ିବାର ନଜର ଆସିଲେ ସିନ୍ଧୁ

ବେଙ୍ଗାଲୁର: ଭାରତର ଶ୍ରେଷ୍ଠ ବ୍ୟାଡମିଂଟନ ଖେଳାଳି ତଥା ଅଲମ୍ପିକରେ ରୋପ୍ୟ ପଦକ ହାସଲ କରିଥିବା ପି ଭି ସିନ୍ଧୁ ଆଜି ବେଙ୍ଗୁଲୁରରେ ଅନୁଷ୍ଠିତ ହେଉଥିବା ଏରୋ ଇଣ୍ଡିଆ ଏୟାର ସୋ’ରେ ଅଂଶ ଗ୍ରହଣ କରିଥିବା ନଜର ଆସିଛନ୍ତି। ପି ଭି ସିନ୍ଧୁ ତେଜସର ସହଯୋଗୀ ପାଇଲଟ ଭାବେ ମହିଳା ଦିବସ ଅବସରରେ ଅଂଶ ଗ୍ରହଣ କରିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ଏ ନେଇ ନିକଟ ଅତୀତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଥିଲା।

ତେବେ ପି ଭି ସିନ୍ଧୁକୁ ଆଜି ନିଳ ରଂଗର ପୋଷାକ ପିନ୍ଧି ବିମାନରେ ଚଢୁଥିବାର ଦେଖିବାକୁ ମିଳିଥିଲା। ପରେ ସେ ସିଡିରେ ଚଢ଼ି ଚଢ଼ି ଯାଇ ଉଡ଼ାଣରେ ସାମିଲ ହୋଇଥିଲେ। ଏବେ ଅଲ ଇଣ୍ଡିଆ ବ୍ୟାଡମିଂଟନ ଚ୍ୟାମ୍ପିୟାନସିପ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତର ସୁନା ଝିଅ ପି ଭି ସିନ୍ଧୁ। ମ୍ୟାଚଟି ଆସନ୍ତା ମାର୍ଚ୍ଚ ୬ ତାରିଖରୁ ୧୦ ତାରିଖ ଯାଏ ବ୍ରର୍ମିହାମରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର