ଯୁବ ଅଲିମ୍ପିକ୍ସ କ୍ରୀଡ଼ା ଯୋଗ୍ୟତା ସେମିରେ ଭାରତ

ନୂଆଦିଲ୍ଲୀ: ଭାରତୀୟ କନିଷ୍ଠ (ପୁରୁଷ ଓ ମହିଳା) ଦଳ ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌ଠାରେ ଚାଲିଥିବା ଯୁବ ଅଲିମ୍ପିକ୍ସ କ୍ରୀଡ଼ାର ହକି ଯୋଗ୍ୟତା ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗ୍ରୁପ୍‌-ଏରେ ସ୍ଥାନ ପାଇଥିବା ପୁରୁଷ ଦଳ ଶୁକ୍ରବାର ଶେଷ ଲିଗ୍‌ରେ ୧୨-୫ରେ ଦକ୍ଷିଣ କୋରିଆକୁ ହରାଇବା ସହ ଏହା ପୂର୍ବରୁ ଖେଳାଯାଇଥିବା ହଂକଂ ବିପକ୍ଷ ମ୍ୟାଚ୍‌ ମଧ୍ୟ ୨୧-୦ରେ ଜିତିନେଇଥିଲା। ମହିଳା ଦଳ ଶେଷ ଲିଗ୍‌ରେ ୯-୦ରେ ଥାଇଲାଣ୍ଡ୍‌କୁ ପରାସ୍ତ କରିଥିଲା। ଶନିବାର ସେମିଫାଇନାଲ୍‌ରେ ମହିଳା ଦଳ ମାଲେସିଆ ଏବଂ ପୁରୁଷ ଦଳ ପାକିସ୍ତାନ କିମ୍ବା ବାଂଲାଦେଶକୁ ଭେଟିବ।

ସମ୍ବନ୍ଧିତ ଖବର