ନ୍ୟୁୟର୍କ: ୟୁଏସ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ପ୍ରି-କ୍ୱାର୍ଟର୍ ଫାଇନାଲ୍ରୁ ପଞ୍ଚମ ମାନ୍ୟତା କେଭିନ୍ ଅଣ୍ଡରସନ୍ ଏବଂ ମହିଳା ଏକକରୁ ସପ୍ତମ ମାନ୍ୟତା ଏଲିନା ସ୍ୱିତୋଲିନାଙ୍କ ଅଭିଯାନ ଶେଷ ହୋଇଛି। ଏହି ଦୁଇ ଜଣଙ୍କୁ ଯଥାକ୍ରମେ ନବମ ମାନ୍ୟତା ଡୋମିନିକ୍ ଥିମ୍ ଏବଂ ଲାଟଭିଆର ଆନାସ୍ତାସିଜା ସେଭାସ୍ତୋଭା ବିଦାୟର ରାସ୍ତା ଦେଖାଇଛନ୍ତି।
ରବିବାର ଅଷ୍ଟ୍ରିଆ ତାରକା ଥିମ୍ ୭-୫, ୬-୨, ୭-୬ରେ ଗତଥର ଉପବିଜେତା ଦକ୍ଷିଣ ଆଫ୍ରିକାର ଆଣ୍ଡରସନ୍ଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ୟୁଏସ୍ ଓପନ୍ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ୱାର୍ଟର୍ ଫାଇନାଲ୍ରେ ତାଙ୍କ ଭେଟ ଶୀର୍ଷ ମାନ୍ୟତା ରାଫେଲ୍ ନଦାଲ୍ଙ୍କ ସହ ହେବ। ସ୍ପେନ୍ ତାରକା ନାଦାଲ୍ ୬-୩, ୬-୩, ୬-୭, ୬-୪ ସେଟ୍ରେ ଜର୍ଜିଆର ନିକୋଲ୍ଜ ବାସିଲାସ୍ଭିଲିଙ୍କୁ ପରାସ୍ତ କରିଥିଲେ। ଅନ୍ୟଏକ କ୍ୱାର୍ଟର୍ରେ ତୃତୀୟ ମାନ୍ୟତା ଜୁଆନ୍ ଡେଲ୍ ପୋତ୍ରୋ ଏବଂ ଏକାଦଶ ମାନ୍ୟତା ଜନ୍ ଇସ୍ନରଙ୍କ ମଧ୍ୟରେ ଖେଳାଯିବ। ଆର୍ଜେଣ୍ଟିନାର ଡେଲ୍ ପୋତ୍ରୋ ୬-୪, ୬-୩, ୬-୧ରେ ବିଂଶ ମାନ୍ୟତା କ୍ରୋଏସିଆର ବୋର୍ନା କୋରିକ୍ଙ୍କୁ ଏବଂ ଆମେରେକୀୟ ଇସ୍ନର୍ ୩-୬, ୬-୩, ୬-୪, ୩-୬, ୬-୨ରେ ୨୫ ମାନ୍ୟତା କାନାଡ଼ାର ମିଲୋସ୍ ରାଓନିକ୍ଙ୍କୁ ହରାଇଥିଲେ।
ମହିଳା ଏକକ କ୍ୱାର୍ଟର୍ ଫାଇନାଲ୍ ପୂର୍ବତନ ଶୀର୍ଷ ଖେଳାଳି ସେରେନା ଓ୍ଵିଲିୟମ୍ସ, ଅଷ୍ଟମ ମାନ୍ୟତା କାରୋଲିନା ପ୍ଲିସକୋଭା ଏବଂ ଗତ ଥରର ବିଜୟିନୀ ସ୍ଲୋଆନେ ଷ୍ଟିଫେନ୍ସ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟର୍ରେ ୨୩ ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ସେରେନା ୬-୦, ୪-୬, ୬-୩ରେ ଶୀର୍ଷ ମାନ୍ୟତା ସିମୋନା ହାଲେପ୍ଙ୍କୁ ବିଦାୟ ରାସ୍ତା ଦେଖାଇଥିବା କାଇଆ କିନେପିଙ୍କୁ ହରାଇଥିଲେ। କ୍ୱାର୍ଟର୍ରେ ତାଙ୍କ ଭେଟ ଚେକ୍ ଗଣରାଜ୍ୟର ପ୍ଲିସକୋଭାଙ୍କ ସହ ହେବ। ପ୍ଲିସକୋଭା ଅଷ୍ଟ୍ରେଲିଆର ଆସ୍ଲିଘ ବାର୍ତିଙ୍କୁ ୬-୪, ୬-୪ରେ ହରାଇଥିଲେ। ଆମେରିକାର ଷ୍ଟିଫେନ୍ସ ୬-୩, ୬-୩ରେ ବେଲ୍ଜିୟମର ଏଲିସ୍ ମାର୍ଟିନ୍ଙ୍କୁ ପରାସ୍ତ କରିଥିଲେ। କ୍ୱାର୍ଟର୍ରେ ଷ୍ଟିଫେନ୍ସଙ୍କ ଭେଟ ଉନ୍ନବିଂଶ ମାନ୍ୟତା ସେଭାସ୍ତୋଭାଙ୍କ ସହ ହେବ। ସେଭାସ୍ତୋଭା ୬-୩, ୧-୬, ୬-୦ରେ ସପ୍ତମ ମାନ୍ୟତା ସ୍ୱିତୋଲିନାଙ୍କୁ ପରାସ୍ତ କରିଥିଲେ।
କ୍ୱାର୍ଟର୍ରେ ସେରେନା:ଆଣ୍ଡରସନ୍, ସ୍ୱିତୋଲିନା ବିଦା
/sambad/media/post_attachments/wp-content/uploads/2018/09/2-Serena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)