ଆର ମାଧବନ୍‌ଙ୍କ ୧୨ ବର୍ଷର ପୁଅ ଭାରତ ପାଇଁ ଜିତିଲେ ବ୍ରୋଞ୍ଚ

ନୂଆଦିଲ୍ଲୀ : ବଲିଉଡ୍‌ର ଜଣାଶୁଣା ଅଭିନେତା ଆର୍‌.ମାଧବନ୍‌ଙ୍କ ପୁଅ ବର୍ତ୍ତମାନ ଭାରତ ପାଇଁ ଗର୍ବର ବିଷୟ ପାଲିଟିଛନ୍ତି । ମାଧବନ୍‌ଙ୍କ ପୁଅ ବେଦାନ୍ତ ମାଧବନ୍‌ ୧୫୦୦ ମିଟର ଅନ୍ତର୍ଜାତୀୟ ସନ୍ତରଣ ଚାମ୍ପିୟନସିପ୍‌ ୨୦୧୮ରେ ବ୍ରୋଞ୍ଜ ମେଡ଼ାଲ ହାସଲ କରିଛନ୍ତି । ମାଧବନ୍‌ ଖୋଦ ଏହି ଖବର ତାଙ୍କର ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ।

ମାଧବନ ତାଙ୍କ ପୁଅ ବେଦାନ୍ତଙ୍କ ବ୍ରୋଞ୍ଜ ପଦକ ଧରିଥିବା ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଏହାର କ୍ୟାପସନରେ ଲେଖିଥିଲେ,‘ମୋ ଏବଂ ମୋ ପତ୍ନୀ ସରିତାଙ୍କ ପାଇଁ ବହୁତ ଗର୍ବର ମୁହୂର୍ତ୍ତ ଆସିିଛି। ବେଦାନ୍ତ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ସନ୍ତରଣ ପ୍ରତିଯୋଗିତାରେ ଭାରତ ପାଇଁ ତାହାର ପ୍ରଥମ ପଦକ ହାସଲ କରିଛନ୍ତି। ଆପଣମାନଙ୍କର ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ ।’
ନିଜର ଜୀବନ୍ତ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଘର କରିଥିବା ମାଧବନ୍‌ ପୁଅ ଅନ୍ୟ କଳାକାରଙ୍କ ସନ୍ତାନ ଭଳି ଅଭିନୟକୁ ଚୟନ କରି ନାହାନ୍ତି ବରଂ ସେ ସନ୍ତରଣକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରିଛନ୍ତି । ଖାଲି ସେ ଚୟନ କରିଛନ୍ତି ତାହା ନୁହଁ, ଏଥିରେ ସେ ସଫଳତା ହାସଲ କରିବା ସହ ଭାରତ ପାଇଁ ଗର୍ବର ବିଷୟ ପାଲଟିଛନ୍ତି ।

ସମ୍ବନ୍ଧିତ ଖବର