ବିଶ୍ୱକପ୍ କ୍ରିକେଟ୍ ଟିମରେ ସ୍ଥାନ ପାଇବା ପରେ ବିଜେପିକୁ ସମର୍ଥନ କରି ଟ୍ୱିଟ୍ କଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ:  ବିଶ୍ୱକପ୍ କ୍ରିକେଟ୍ ଟିମ୍ ଚୟନ କରିବାର କିଛି ଘଣ୍ଟା ପରେ ହିଁ ଭାରତୀୟ କ୍ର୍ରିକେଟ୍ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଜେପିକୁ ସମର୍ଥନ କରିବା ପାଇଁ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନ ମଧ୍ୟରେ କ୍ରିକେଟରଙ୍କ ଦ୍ୱାରା କରାଯାଇଥିବା ଏହି ଟ୍ୱିଟରେ ଜାଡେଜା ବିଜେପି ସିମ୍ବଲକୁ ସେୟାର କରିଥିଲେ । ସେ ଏହି ଟ୍ୱିଟରେ ପ୍ରଧାନମନ୍ତ୍ରୀଙ୍କୁ ଟାଗ୍ କରିବା ସହ ପତ୍ନୀଙ୍କ ହାସଟ୍ୟାଗକୁ ବ୍ୟବହାର କରିଥିଲେ । ତେବେ ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ତାଙ୍କ ସ୍ତ୍ରୀ ଭାଜପାରେ ସାମିଲ ହେବାର ଏକ ମାସ ପରେ କଂଗ୍ରେସରେ ସାମିଲ ହୋଇଛନ୍ତି ତାଙ୍କ ବାପା ଏବଂ ଭଉଣୀ । ଗୁଜରାଟର ଜାମନଗରରେ ଆୟୋଜିତ ଏକ ଜନସଭାରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କ ଉପସ୍ଥିତରେ ହାତ ଧରିଥିଲେ ଜାଡେଜାଙ୍କ ବାପା ଅନିରୁଦ୍ଧ ସିଂ ଏବଂ ଭଉଣୀ ନୌନାବା । ପୂର୍ବରୁ ଜାଡେଜାଙ୍କ ସ୍ତ୍ରୀ ରିୱା ଜାଡେଜା ଭାଜପାରେ ସାମିଲ ହୋଇଥିଲେ।

ଉଲ୍ଲେଖ ଥାଉ କି, କିଛି ଦିନ ତଳେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିୱା ଜାଡେଜା ବିଜେପିରେ ସାମିଲ ହୋଇଥିଲେ । ରିୱା ହେଉଛନ୍ତି ରାଜକୋଟର ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ଏ କ୍ଲାସ କଣ୍ଟ୍ରାକ୍ଟର ହରଦେବ ସିଂହ ସୋଲାଙ୍କିଙ୍କ ଝିଅ । ବଡ କଥା ହେଉଛି ରିୱା ବିଜେପିରେ ଯୋଗଦେଇଥିବାବେଳେ ତାଙ୍କର ଦାଦା ହେଉଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା । ତେବେ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇ ଥିବା କହିଥିଲେ ରିୱା ।

ସମ୍ବନ୍ଧିତ ଖବର