ରଘୁନାଥଙ୍କ ଶତକ; ଓଡ଼ିଶା ୨୬୪

କୁଚ୍‌ ବେହାର ଟ୍ରଫି

ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ତ୍ରିପୁରା ବିପକ୍ଷ ୧୯ ବର୍ଷରୁ କମ୍‌ କୁଚ୍‌ ବେହାର ଟ୍ରଫିର ଦ୍ବିତୀୟ ଦିବସରେ ଓଡ଼ିଶା ପ୍ରଥମ ପାଳି ୨୬୪ରେ ଶେଷ ହୋଇଯାଇଛି। ପ୍ରଥମ ଦିବସ ସ୍କୋର୍‌ ୨/୧୨୫ରୁ ଖେଳିଥିବା ଓଡ଼ିଶା ମଙ୍ଗଳବାର ଆଉ ୧୩୯ ରନ୍‌ ଯୋଡ଼ି ଅବଶିଷ୍ଟ ୮ ୱିକେଟ୍‌ ହରାଇଥିଲା। ରଘୁନାଥ ମଲ୍ଲ (୧୦୧ ରନ୍‌) ଶତକ ଅର୍ଜନ କରିଥିଲା ବେଳେ ସୌମ୍ୟ ଏସ୍‌ କୁମାର ୪୦ ରନ୍‌ କରିଥିଲେ। ତ୍ରିପୁରା ପକ୍ଷରୁ ସଫଳ ବୋଲର ଭାବେ ଆଶିଷ ଯାଦବ ୩, ଶଙ୍କର ପଲ୍‌ ଏବ˚ ପରଭେଜ ସୁଲତାନ ୨ ଲେଖାଁଏ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ତ୍ରିପୁରା ଦଳ ମଙ୍ଗଳବାରର ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ ବିନିମୟରେ ୫୧ କରିଛି। ଓଡିଶା ଦଳ ପକ୍ଷରୁ ଅଙ୍କିତ ଜୟସ୍ବାଲ ଓ ବିଶ୍ବଜିତ ମଲ୍ଲିକ ଗୋଟିଏ ଲେଖାଁଏ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର