ରାହାଣେଙ୍କୁ ୧୨ ଲକ୍ଷ ଜରିମାନା

ଚେନ୍ନାଇ: ଘଣ୍ଟାପ୍ରତି ମନ୍ଥର ଓଭର ବୋଲିଂ କରିବା କାରଣରୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ରବିବାର ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବୋଲରମାନେ ମନ୍ଥର ବୋଲିଂ କରିଥିଲେ। ଏହା ଦଳର ପ୍ରଥମ ତ୍ରୁଟି ଥିବାରୁ ଆଇପିଏଲ୍‌ ଆଚରଣ ସଂହିତା ଦୃଷ୍ଟିରୁ ରାହାଣେଙ୍କୁ ୧୨ ଲକ୍ଷ ଟଙ୍କା ଦଣ୍ଡ ଦିଆଯାଇଛି। ଏଥିସହିତ ତାଙ୍କ ସମସ୍ୟା ମଧ୍ୟ ବଢ଼ିଯାଇଛି। କାରଣ ଦଳ ନିଜର ପ୍ରଥମ ୩ ମ୍ୟାଚ୍‌ରେ ଯଥାକ୍ରମେ କିଙ୍ଗସ ଇଲେଭେନ୍ ପଞ୍ଜାବ, ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର୍ କିଙ୍ଗସ ନିକଟରୁ ହାରି ଆଲୋଡ଼ା ହ୍ୟାଟ୍ରିକ୍ ପାଇଛି। ମଙ୍ଗଳବାର ରାହାଣେଙ୍କ ଦଳ ନିଜ ଘରୋଇ ପରିବେଶରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ବାଙ୍ଗାଲୋର୍ ମଧ୍ୟ ୩ରୁ ୩ ମ୍ୟାଚ୍ ହାରି ସାରିଛି।

ସମ୍ବନ୍ଧିତ ଖବର