ଜାଦେଜାଙ୍କ ହୋଟେଲ ଉପରେ ଚଢ଼ଉ

ରାଜକୋଟ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କର ଏବେ ଖରାପ ସମୟ ଚାଲିଛି। ଗୋଟିଏ ପଟେ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଦଳରୁ ଜାତୀୟ ଚୟନକର୍ତା ତାଙ୍କୁ ଦୂରେଇ ରଖିଛନ୍ତି। ଅନ୍ୟପଟେ ତାଙ୍କ ହୋଟେଲ ବ୍ୟବସାୟ ଉପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କୋପ ଦୃଷ୍ଟି ପଡ଼ିଛି। ରାଜକୋଟରେ ଥିବା ତାଙ୍କ ହୋଟେଲ ଓ ରେଷ୍ଟୁରାଣ୍ଟ ‘ଜାଦୁସ୍‌ ଫୁଡ୍‌ ଫିଲ୍ଡ’ ଉପରେ ଶନିବାର ସ୍ଥାନୀୟ ମହାନଗରନିଗମର ସ୍ୱାସ୍ଥ୍ୟ ଅଧିକାରୀମାନେ ଚଢ଼ଉ କରିଥିଲେ। ତାଙ୍କ ହୋଟେଲରେ ବାସି ଖାଦ୍ୟ ପରଷା ଯାଉଥିବା ଅଭିଯୋଗ ମିଳିବା ପରେ ଅଧିକାରୀମାନେ ଅଚାନକ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ଖାଦ୍ୟକୁ ପରୀକ୍ଷା କରି ଏଥିରେ ବାସି ଖାଦ୍ୟ ଥିବା ଜାଣିବାକୁ ପାଇଥିଲେ। ଫଳରେ ତୁରନ୍ତ ଏହାକୁ ନଷ୍ଟ କରି ଦେଇଥିଲେ। ତା’ ସହ ହୋଟେଲ କର୍ତୁପକ୍ଷଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଥିଲେ। ହେଲେ ଶୁକ୍ରବାର ଅଳ୍ପ କିଛି ଖାଦ୍ୟ ବଳି ଯାଇଥିଲା। ଏହାକୁ କିଛି ସମୟ ପରେ ଫିଙ୍ଗି ଦିଆ ଯାଇ ଥାଆନ୍ତା ବୋଲି ଜାଦେଜାଙ୍କ ହୋଟେଲର ପ୍ରବନ୍ଧକ ସଫେଇ ଦେଇଥିଲେ।

ସମ୍ବନ୍ଧିତ ଖବର