ବର୍ଷା ରୋକିଲା ଶ୍ରୀଲଙ୍କା ବାଟ

ଗ୍ରସ୍‌ ଆଇସ୍‌ଲେଟ୍‌: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ଘରୋଇ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ପରାଜୟ ଏଡ଼ାଇବାକୁ ସଂଘର୍ଷ ଜାରି ରଖିଛି। ୨୯୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ପାଳି ଆରମ୍ଭ କରିଥିବା େଓ୍ଵଷ୍ଟ୍‍ଇଣ୍ଡିଜ୍‌ ପଞ୍ଚମ ଦିନ ବର୍ଷା ପାଇଁ ଖେଳ ବନ୍ଦ ହେଲା ବେଳକୁ ୫ ଓ୍ଵିକେଟ୍‌ ହରାଇ ମାତ୍ର ୧୩୭ ରନ୍‌୍‌ କରିଥିଲା। ବିଜୟ ପାଇଁ ଆଉ ୧୫୯ ରନ୍‌ର ଦରକାର ଥିଳା ବେଳେ ଏହି ଦଳ ହାତରେ ଆଉ ୫ ଓ୍ଵିକେଟ୍‌ ରହିଛି। ରିପୋର୍ଟ ଲେଖା ବେଳକୁ ପ୍ରାରମ୍ଭିକ ଖେଳାଳି କ୍ରେଗ୍‌ ବ୍ରାଥେଓ୍ଵଟ୍‌ ୫୪ ଏବଂ ଅଧିନାୟକ ଜାସନ ହୋଲ୍ଡର ୧୪ ରନ୍‌ କରି ଅପରାଜିତ ରହିଛନ୍ତି। ଚତୁର୍ଥ ଦିନର ଷ୍ଟମ୍ପ୍‌ ସୁଦ୍ଧା ୩୩୪/୮ କରିଥିବା ଶ୍ରୀଲଙ୍କା ସୋମବାର ଶେଷ ଦିନରେ ମାତ୍ର ୮ ରନ୍‌ ଯୋଡ଼ି ୩୪୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। କୁସାଲ୍‌ ମେଣ୍ଡିଜ୍‌ (୮୭) ଏବଂ ନିରୋସାନ ଡିକେଓ୍ଵଲା (୬୨) ଅର୍ଧଶତକ ହାସଲ କରିଥିଲେ। େଓ୍ଵଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର ସାନନ୍‌ ଗାବ୍ରିଏଲ ୮ ଏବଂ କେମାର ରୋଚ ୨ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଗାବ୍ରିଏଲ୍‌ ମ୍ୟାଚ୍‌ରେ ମୋଟ ୧୩ ଓ୍ଵିକେଟ୍‌ ନେଇଥିଲେ। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍‍କୁ ଜିତି େଓ୍ଵଷ୍ଟଇଣ୍ଡିଜ୍‌ ୧-୦ରେ ଆଗୁଆ ରହିଛି।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୨୫୩। େଓ୍ଵଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୩୦୦। ଶ୍ରୀଲଙ୍କା ଦ୍ୱିତୀୟ ପାଳି: ୯୧.୪ ଓଭରରେ ୩୪୨ (କୁସାଲ ମେଣ୍ଡିଜ୍‌-୮୭, ଡିକେଓ୍ଵଲା-୬୨, ରୋସେନ୍‌ ସିଲ୍‌ଭା-୪୮, ଦୀନେଶ ଚାନ୍ଦିମାଳ-୩୯, ସାନନ୍‌ ଗାବ୍ରିଏଲ୍‌-୮/୬୨, କେମାର ରୋଚ୍‌-୨/୭୮)। େଓ୍ଵଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ପାଳି: ୧୩୭/୫ (କ୍ରେଗ୍‌ ବ୍ରାଥ୍‌େଓ୍ଵଟ୍‌-୫୪*, ସାଇ ହୋପ୍‌-୩୯, କାସୁନ୍‌ ରଂଜିତା-୨/୨୩, ସୁରଙ୍ଗା ଲକମଲ୍‌-୨/୪୨, ଅକିଳ ଧନଞ୍ଜୟ-୧/୩୩)।

ସମ୍ବନ୍ଧିତ ଖବର