ରାଇନା ଦୁଇଟି ମ୍ୟାଚ୍‌ ଖେଳିବେନି

ଚେନ୍ନାଇ: ଚଳିତ ଆଇପିଏଲ୍‌ରେ ଚେନ୍ନାଇକୁ ପୁଣି ଏକ ଝଟ୍‌କା ଲାଗିଛି। ନିଜର ଘରୋଇ ମ୍ୟାଚ୍‌ ସବୁ ପୁନେକୁ ସ୍ଥାନାନ୍ତର ହେବା ପରେ ଏହାର ତାରକା ଖେଳାଳି ସୁରେଶ ରାଇନା ଆହତ ହୋଇଛନ୍ତି। ଫଳରେ ରାଇନା ପରବର୍ତୀ ଦୁଇଟି ମ୍ୟାଚ୍‌ ଖେଳିପାରିବେନି। ଏଥିସହିତ ନିଜ ଆଇପିଏଲ୍‌ ଜୀବନରେ ପ୍ରଥମ ଥର ପାଇଁ ରାଇନା ସୁପର କିଙ୍ଗ୍‌ସ ପକ୍ଷରୁ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ। ସେ ରବିବାର ମୋହାଲିରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଏବଂ ୨୦ ତାରିଖରେ ପୁନେରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌ ଖେଳିବେନି। ଏହା ପୂର୍ବରୁ କେଦାର ଯାଦବ ମଧ୍ୟ ଆହତ ଯୋଗୁଁ ପୂରା ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିବାରୁ ଚେନ୍ନାଇ ଦଳ ପାଇଁ ମଧ୍ୟକ୍ରମ ବ୍ୟାଟିଂ ଚିନ୍ତା ବଢ଼ିଯାଇଛି। ତେବେ ଦକ୍ଷିଣ ଆଫ୍ରିକୀୟ ତାରକା ଫାଫ୍‌ ଡୁ ପ୍ଲେସିସ୍‌ ସୁସ୍ଥ ହୋଇଯାଇଥିବାରୁ ସେ ରବିବାର ମ୍ୟାଚ୍‌ ଖେଳିବେ। ଅନ୍ୟପକ୍ଷରେ ଆହତରୁ ମୁକୁଳିଥିବା ମୁରଲୀ ବିଜୟ ମଧ୍ୟ ଚୂଡାନ୍ତ ଏକାଦଶକୁ ଫେରିବା ଆଶା ରହିଛି। ବିଜୟ ଖେଳିଲେ ଅମ୍ବାତି ରାୟୁଡୁ ପାଳି ଆରମ୍ଭ କରିବା ପରିବର୍ତେ ମଧ୍ୟକ୍ରମରେ ବ୍ୟାଟିଂ କରିବେ।

ସମ୍ବନ୍ଧିତ ଖବର