ରାଇଡୁ ବାଦ୍‌ ପଡ଼ିବା ପରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଟିମ୍‌ରେ ସାମିଲ ହେଲେ ରାଇନା

ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଶନିବାର ପାଖାପାଖି ଅଢ଼େଇ ବର୍ଷରୁ ଅଧିକ ସମୟ ପରେ ଭାରତୀୟ ଦିନିକିଆ ଟିମ୍‌କୁ ଫେରିଛନ୍ତି। ସେ ଅମ୍ବାତି ରାଇଡୁଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌ରେ ଖେଳିବେ। ରାଇଡୁ ଫିଟ୍‌ନେସ୍‌ ଟେଷ୍ଟରେ ଆବଶ୍ୟକ ଅଙ୍କ ହାସଲ କରିବାରେ ବିଫଳ ହୋଇଥିଲେ। ଏହି କାରଣରୁ ତାଙ୍କୁ ଟିମ୍‌ ବାଦ୍‌ ଦେଇଛି। ଜାତୀୟ ଚୟନ କମିଟି ଆଜି ରାଇନାଙ୍କୁ ଟିମ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।

ଇଂଲଣ୍ଡ ପାଇଁ ଭାରତୀୟ ଟିମ୍‌:

ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, କେ.ଏଲ୍‌. ରାହୁଲ, ଶ୍ରେୟସ ଆୟାର, ସୁରେଶ ରାଇନା, ଏମ୍‌ଏସ୍‌ ଧୋନି(ଓ୍ଵିକେଟ୍‌କିପର), ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଓ୍ଵାସିଙ୍ଗଟନ୍‌ ସୁନ୍ଦର, ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ସିଦ୍ଧାର୍ଥ କାଉଲ ଓ ଉମେଶ ଯାଦବ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଚୟନ କମିଟି ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ପାଇଁ ଭାରତୀୟ ଦିନିକିଆ ଟିମ୍‌ରେ ଅମ୍ବାତି ରାଇଡୁଙ୍କ ସ୍ଥାନରେ ସୁରେଶ ରାଇନାଙ୍କୁ ସାମିଲ କରିଛି। ରାଇଡୁ ଜୁନ ୧୫ରେ ଏନସିଏ ବେଙ୍ଗାଲୁରୁରେ ଫିଟ୍‌ନେସ୍‌ ପରୀକ୍ଷାରେ ଫେଲ୍‌ ହେବା ପରେ ଏହି ଘୋଷଣା କରାଯାଇଛି।

ରାଇନା ନିଜର ଶେଷ ମ୍ୟାଚ୍‌ ୨୦୧୫ ଅକ୍ଟୋବର ୨୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୁମ୍ବାଇରେ ଖେଳିଥିଲେ। ସେହି ସମୟରେ ସେ ଭଲ ଫର୍ମରେ ଥିଲେ। ସେଥିପାଇଁ ତାଙ୍କୁ ଆଇପିଏଲ ପୂର୍ବରୁ ଶ୍ରୀଲଙ୍କାରେ ଖେଳାଯାଇଥିବା ଟି-୨୦ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ଚୟନ କରାଯାଇଥିଲା। ରାଇନା ଏପର୍ଯ୍ୟନ୍ତ ୨୨୩ଟି ଦିନିକିଆରେ ୫୫୬୮ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୫ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ସାମିଲ ରହିଛି।

ସମ୍ବନ୍ଧିତ ଖବର