ସର୍ବାଧିକ ରନ୍‌ରେ କୋହଲିଙ୍କୁ ଟପିଲେ ରାଇନା

ହାଇଦ୍ରାବାଦ: ଚେନ୍ନାଇ ସୁପର କିଙ୍ଗ୍‌ସର ପୁରୁଖା ଖେଳାଳି ସୁରେଶ ରାଇନା ପୁଣି ଥରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ଅର୍ଧଶତକୀୟ ପାଳି ଖେଳିବା ଅବସରରେ ରାଇନା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କୁ ଟପି ଯାଇଛନ୍ତି। ସନ୍‌ରାଇଜର୍ସ ବିପକ୍ଷ ୫୪* ରନ୍‌ ରାଇନାଙ୍କର ଆଇପିଏଲ୍‌ ଇତିହାସରେ ୩୨ତମ ଅର୍ଧଶତକ ଥିଲା। କିଛି ଦିନ ତଳେ ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୯୨ ରନ୍‌ର ପାଳି ଖେଳିବା ଅବସରରେ କୋହଲି ହିଁ ରାଇନାଙ୍କୁ ଏକ୍ଷେତ୍ରରେ ଟପି ଯାଇଥିଲେ। ୧୫୪ ମ୍ୟାଚ୍‌ ଓ ୧୪୬ ପାଳି ଖେଳିଥିବା କୋହଲିଙ୍କ ମୋଟ ରନ୍‌ ୪୬୪୯ ହୋଇଥିଲା ବେଳେ ରବିବାର ରାଇନା ଏହାକୁ କାଟି ଦେଇଛନ୍ତି। ରାଇନା ୧୬୫ ମ୍ୟାଚ୍‌ ଓ ୧୬୧ ପାଳି ଖେଳି ମୋଟ ୪୬୫୮ ରନ୍‌ କରି ଶୀର୍ଷକୁ ପୁଣି ଥରେ ଲମ୍ଫ ଦେଇଛନ୍ତି।

ସମ୍ବନ୍ଧିତ ଖବର