ବଟଲରଙ୍କ ମ୍ୟାଚବିଜୟୀ ଇନିଂସ, ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ବିଜୟୀ 

ଜୟପୁର : ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମଠାରେ ·ଲିଥିବା ଆଇପିଏଲ ୨୦୧୮ର ଏକ ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସ  ଚେତ୍ତାଇ ସୁପରକିଙ୍ଗସକୁ  ୪ ୱିକେଟର ପରାସ୍ତ କରିଛି । ରାଜସ୍ଥାନ ତରଫରୁ ଜସ ବଟଲରଙ୍କ ଲଢୁଆ ବ୍ୟାଟିଂ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୬୦ ବଲରେ ୯୫ ରନ କରିଥିଲେ । ଅନ୍ୟପକ୍ଷରେ ଷ୍ଟୁଆର୍ଟ ବିନି ୨୨ ରନ ଓ ସଂଜୁ ସାମସନ ୨୧ରନ କରିଥିଲେ ।
ଚେତ୍ତାଇ  ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର ସେନ ୱାଟସନ ଓ ଅମ୍ବାତି ରାଇଡୁ ଇନିଙ୍ଗସର ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ ଦଳର ସ୍କୋର ୧୯ ହୋଇଥିବାବେଳେ ରାଇଡୁ ମାତ୍ର ୧୨ ରନ କରି ଜେଫ୍ରା ଆର୍ଚରଙ୍କ ବଲରେ ଆଉଟ ହୋଇଥିଲେ । ତେବେ ସେନ ଓ୍ାଟସନ ସୁରେଶ ରାଇନାଙ୍କ ସହ ମିଶି ଦଳର ଇଂନିଙ୍ଗସ ଆଗକୁ ବଢାଇଥିଲେ । ଓ୍ାଟସନ ୩୧ ବଲରେ ୩୯ ରନ ଓ ରାଇନା ମାତ୍ର ୩୫ ବଲରେ ୫୨ ରନ କରିଥିଲେ । ଅଧିନାୟକ ଧୋନି ୨୩ ବଲରେ ୩୩ ରନ କରିଥିବାବେଳେ ସାମ ବିଲିଙ୍ଗସ ୨୭ ରନ କରିଥିଲେ । ଏହା ଫଳରେ ଦଳ ୪ ୱିକେଟ ହରାଇ ୧୭୬ ରନ କରିଛି ।
ଏହି ମ୍ୟାଚକୁ ମିଶାଇ ଚେତ୍ତାଇ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୭ ବିଜୟ ଓ ୪ ପରାଜୟ ସହ ୧୪ ପଏଣ୍ଟ ପାଇ ପ୍ଲେ ଅଫ ଖେଳିବା ପ୍ରାୟତଃ ନିଶ୍ଚିତ କରିଛି । ଅନ୍ୟପକ୍ଷରେ ରାଜସ୍ଥାନ ୧୧ଟି ମ୍ୟାଚ ଖେଳି ୫ ବିଜୟ ଓ ୬ ପରାଜୟ ସହ ୧୦ ପଏଣ୍ଟ ପାଇ ପ୍ଲେ ଅପ ଖେଳିବାକୁ ଆଶା ବଜାୟ ରଖିଛି ।
ସମ୍ବନ୍ଧିତ ଖବର