ବୋର୍ଡ ଏକାଦଶରେ ରାଜେଶ

କଟକ: ପପୁ ରାଏଙ୍କ ପରେ ଏବେ ଓଡ଼ିଆ ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଇ˚ଲଣ୍ତ ଲାୟନ୍ସ ବିପକ୍ଷ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍‌ ପାଇଁ ଘୋଷିତ ବୋର୍ଡ ଏକାଦଶ ଦଳରେ ରାଜେଶଙ୍କୁ ସାମିଲ କରାଯାଇଛି। ଏହି ମ୍ୟାଚ୍‌ ଫେବ୍ରୁଆରି ୩ ତାରିଖରୁ ଆରମ୍ଭ ହେବ। ନିକଟରେ ଶେଷ ହୋଇଥିବା ରଣଜୀ ଟ୍ରଫି ଲିଗ୍‌ ପର୍ଯ୍ୟାୟରେ ରାଜେଶ ପଦାର୍ପଣ କରି ରାଜ୍ୟ ଦଳରେ ଋତୁର ଦ୍ବିତୀୟ ସର୍ବାଧିକ ଵିକେଟ୍‌ ଦଖଲକାରୀ ବୋଲର ବିବେଚିତ ହୋଇଛନ୍ତି। ଏହି ଋତୁରେ ରାଜେଶ ମୋଟ ୪୦ ଵିକେଟ ପାଇଥିଲେ। ଗୌହାଟୀରେ ଆସାମ ବିପକ୍ଷରେ ଦ୍ବିତୀୟ ପାଳିରେ ସେ ୫୫ ରନ୍‌ରେ ଦଖଲ କରିଥିବା ୬ ୱିକେଟ୍‌ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ରହିଥିଲା। ଏଥିପୂର୍ବରୁ ସେ କନିଷ୍ଠ ଏସିଆ କପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର