ଭାରତ-ବାଂଲାଦେଶ ଟି-୨୦: ରାଜକୋଟ ଷ୍ଟାଡିୟମ୍‌ରେ ପଡ଼ିଲା ସୂର୍ଯ୍ୟକିରଣ, ଖେଳାଯିବ ମ୍ୟାଚ୍‌

ରାଜକୋଟ: ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ରାଜକୋଟରେ ଶୃଙ୍ଖଳାର ୨ୟ ଟି-୨୦ ମ୍ୟାଚ ଖେଳାଯିବ। ମ୍ୟାଚ ପାଇଁ ଟସ୍‌ ସାଢ଼େ ୬ଟାରେ ହେବ। ମାତ୍ର ବାତ୍ୟା ‘ମହା’ ପୂର୍ବରୁ ଚେତାବନୀ ଦେଉଥିଲା। ଏହି ବାତ୍ୟା ମ୍ୟାଚ୍‌ ପୂର୍ବରୁ ଗୁଜୁରାଟ ଉପକୂଳରେ ପହଂଚିବାର ସମ୍ଭାବନା ଥିଲା। ବାତ୍ୟା ଛୁଇଥିଲେ, ମ୍ୟାଚ୍‌ ବାତିଲ କରିବାକୁ ପଡ଼ିଥାନ୍ତା।

କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଅପରାହ୍ନରେ ଆକାଶରୁ ବାଦଲ ଉଠିଛି। ରାଜକୋଟ କ୍ରିକେଟ ଷ୍ଟାଡିୟମ୍‌ରେ ସୂର୍ଯ୍ୟକିରଣ ପଡ଼ିଛି। ଏଠାରେ ଶୁକ୍ରବାର ସନ୍ଧ୍ୟାରେ ବର୍ଷା ହୋଇପାରେ। କ୍ରିକେଟ ବିଶେଷଜ୍ଞ ମୋହନଦାର ମେନନ ଫଟୋ ଟୁଇଟ୍‌ ସେୟାର କରିଛନ୍ତି।

ଫଟୋରେ ରାଜକୋଟର ଏସସିଏ ଷ୍ଟାଡିୟମ୍‌ ମଧ୍ୟ ଦେଖାଯାଉଛି। ଏଠାରେ ସୂର୍ଯ୍ୟକିରଣ ପଡ଼ିଛି। ସୂଚନାଯୋଗ୍ୟ ଭାରତୀୟ ଟିମ ୩ ମ୍ୟାଚ୍‌ର ଶୃଙ୍ଖଳାରେ ୦-୧ରେ ପଛୁଆ ଅଛି। ଭାରତୀୟ ଟିମ୍‌କୁ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ୭ ଓ୍ଵିକେଟରେ ହାରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର