ରଜନି ଓଡ଼ିଶାର ପ୍ରଥମ ବିଲେୟର

ଭୁବନେଶ୍ବର: ରଜନି ବିଶି ଓଡ଼ିଶାର ପ୍ରଥମ ବିଲେୟର ହୋଇଛନ୍ତି। ଗତବର୍ଷ ଅକ୍ଟୋବରରେ କୋଲ୍‌କାତା ଓ ଇନ୍ଦୋରରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ବିଲେୟର ପରୀକ୍ଷାରେ ରଜନି କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ଥିଓରି ଓ ପ୍ରାକ୍ଟିକାଲ ଜ୍ଞାନ ଆହରଣ କରି ସେ ବିଲେୟର ଭାବେ ପ୍ରତିଷ୍ଠିତ ହୋଇଛନ୍ତି। ଭାରତୀୟ ପାହାଡ଼ ଚଢ଼ା ପ୍ରତିଷ୍ଠାନ ଦ୍ବାରା ରଜନିଙ୍କୁ ମାନପତ୍ର ମିଳିଛି। ସ୍ପୋର୍ଟସ୍‌ କ୍ଲାଇମ୍ବିଂରେ ବିଲେୟରର ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଲେୟର ବିନା କୌଣସି ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବନାହିଁ। ତେଣୁ ରଜନି ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ସଫଳତା ପାଇଁ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ତଥା ତାଙ୍କ ପ୍ରଶିକ୍ଷକ ଡ. ହରିପ୍ରସାଦ ପଟ୍ଟନାୟକ ରଜନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର