ରାଜସ୍ଥାନ ଏବେ ବିଜୟଯାତ୍ରାରେ ହର୍ଷ ଭୋଗ୍‌ଲେ

ରାଜସ୍ଥାନ ଓ କୋଲ୍‌କାତା ମଧ୍ୟରେ ମୁକାବିଲା ହେବ ମଙ୍ଗଳବାର। ଉଭୟ ଦଳ ଦୃଢ଼ ଏବଂ ଇଡେନ୍‌ ଗାର୍ଡେନ୍ସରେ ସହଜରେ ହାରିଯିବା ଭଳି ଦଳ ନୁହଁନ୍ତି। ସେ ଦୃଷ୍ଟିରୁ ଏ ଲଢ଼େଇ ସଂଘର୍ଷପୂର୍ଣ୍ଣ ହେବ। ଏହି ମ୍ୟାଚ୍‌ ମଧ୍ୟ ବ୍ୟକ୍ତିତ୍ୱ ଲଢ଼େଇର ଅନ୍ୟତମ ଦିଗ ରଖିବ। ନିଲାମ ବେଳେ କେକେଆର୍‌ ଚତୁର ଓ ରକ୍ଷଣଶୀଳ ରହିଥିଲା। ଆହତ ସମସ୍ୟା ଦଳକୁ ଅଡୁଆରେ ପକାଇଥିଲା। କିନ୍ତୁ ଯେଉଁ ଦଳ ନେଇ କେକେଆର୍‌ ପଡ଼ିଆକୁ ଆସିଥିଲା ତାହା ମୁକୁଟ ବିଜୟର ଆଶା ଦେଖାଇଛି। ଆହତ କାରଣରୁ ସଂରକ୍ଷିତ ଖେଳାଳିଙ୍କ ବିକଳ୍ପ କମ୍‌ ରହିଛି, କିନ୍ତୁ ପ୍ରଥମ ସପନ୍ଦର ୧୧ ଜଣ ଯଦି ଉପଲବ୍‌ଧ ତେବେ ଏହି ଦଳ ବିପଜ୍ଜନକ। ବିଶେଷ କରି ରସେଲ୍‌ଙ୍କ ୪ ଓଭର ବୋଲିଂ, କାର୍ତିକଙ୍କ ଲୟଭରା ବ୍ୟାଟିଂ, ନରିନ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ସବୁ ସୁଫଳ ଦେଉଛି। ଦଳର ସ୍ପିନରଙ୍କ ଫର୍ମ ସାମାନ୍ୟ ଚିନ୍ତାର କାରଣ, ଏହି ଏକମାତ୍ର ଦିଗ ରହିଛି ଯାହାର ଫାଇଦା ରାଜସ୍ଥାନ ଉଠାଇପାରିବ।
ରାଜସ୍ଥାନ ରୟାଲ୍‌ସ ଏବେ ଲଗାତାର ୩ ବିଜୟ ସହିତ ଶ୍ରେଷ୍ଠ ଯାତ୍ରାରେ ରହିଛି। ଏହି ଦଳ ସମ୍ମୁଖରେ ଏବେ କୌଣସି ଲକ୍ଷ୍ୟ ରଖିବା କଷ୍ଟକର ହେବ। କିନ୍ତୁ ଜୋସ୍‌ ବଟ୍‌ଲର୍‌ ଯଦି ସଅଳ ଆଉଟ୍‌ ହୋଇ ଯାଉଛନ୍ତି ତେବେ ରାଜସ୍ଥାନ ଅତି ସହଜରେ ଫସିଯିବା ଭଳି ଅବସ୍ଥାରେ ରହିବ। ଆର୍‌ଆର୍‌ ଏବେ ମଧ୍ୟ ଏହାର ଶୀର୍ଷ ୬ ବ୍ୟାଟ୍ସମ୍ୟାନ୍‌ ସଂଧାନରେ ରହିଛି ଏବଂ ବଡ଼ ବଜେଟର ଖେଳାଳି ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଏହାକୁ ଦୁଇଟି ଦିଗରୁ ବ୍ୟାଖ୍ୟା କରିହେବ। ଚିନ୍ତାଜନକ ସ୍ଥିତି କୁହାଯାଇପାରିବ ନଚେତ୍‌ ପୁଣି ଥରେ ଭଲ ଖେଳିବା ଆରମ୍ଭର ସମ୍ଭାବନା ଦେଖିହେବ। ଜୋଫ୍ରା ଆର୍ଚରଙ୍କ ଆଗମନ ରାଜସ୍ଥାନକୁ ଏବେ ୪ ଓଭର ସାମର୍ଥ୍ୟ ଦେଇଛି, ଆଗକୁ ସେ ଜଣେ ଚମତ୍କାର ଖେଳାଳିଭାବେ ନଜରରେ ରହିବେ। ସେଦିନର ସେହି ଦୁଇ ଆଉଟ୍‌କୁ ଦେଖାଯାଉ ନିଶ୍ଚିତ ପ୍ରଶଂସନୀୟ ରହିବେ। ସେହିଭଳି କ୍ରିଷ୍ଣାପ୍ପା ଗୌତମଙ୍କ ପ୍ରଦର୍ଶନର ଖୁବ୍‌ କମ୍‌ ଆଲୋଚନା ହେଉଛି। ଅନ୍ୟମାନଙ୍କ ଉପରେ ଅନିଶ୍ଚିତତା ଜାରି ରହିଛି।
ଯୋଗ୍ୟତା ପର୍ଯ୍ୟାୟର ଶେଷ କିଛି ଦିନ ନିଶ୍ଚିତ ହୋଇନଥିବା ୬ ଦଳ ପାଇଁ କିଭଳି ବିତିବ ଦେଖିବାର ଅଛି। ସେମାନେ କେତେ ସଙ୍କଳ୍ପବଦ୍ଧ ଏବଂ କେତେବାଟ ଯାଇପାରିବେ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ। (ଟିସିଏମ୍‌)

ସମ୍ବନ୍ଧିତ ଖବର