ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ଦ୍ବିତୀୟ ଦିନ ଭାରତକୁ ୭ ସ୍ବର୍ଣ୍ଣ

ଅପିଆ (ସାମୋଆ): ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାର ପ୍ରଥମ ଦିବସରେ ୮ ସ୍ବର୍ଣ୍ଣ ସମେତ ମୋଟ ୧୩ ପଦକ ଅମଳ କରିଥିବା ଭାରତ ବୁଧବାର ଦ୍ବିତୀୟ ଦିବସରେ ଆଉ ୭ ସ୍ବର୍ଣ୍ଣ ପଦକ ହାସଲ କରିଛି। ବୁଧବାର ବରିଷ୍ଠ ମହିଳା ବର୍ଗରେ ରାକ୍ଷୀ ହାଲ୍‌ଦର ଓ ଦେବିନ୍ଦର କୌର ନିଜ ନିଜ ବର୍ଗରେ ସ୍ବର୍ଣ୍ଣ କରାୟତ କରିଛନ୍ତି। ରାକ୍ଷୀ ୬୪ କେଜି ବର୍ଗରେ ମୋଟ ୨୧୪ (୯୪ +୧୨୦) କେଜି ଭାର ଉଠାଇ ପ୍ରଥମ ସ୍ଥାନ ପାଇଥିଲା ବେଳେ ‌ଦେବିନ୍ଦର ୫୯ କେଜି ବର୍ଗରେ ମୋଟ ୧୮୪ (୮୦+୧୦୪) କେଜି ଭାର ଉଠାଇ ପ୍ରଥମରେ ରହିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ କନିଷ୍ଠ ଓ ଯୁବ ବର୍ଗରେ ଭାରତ ଆଉ ୫ ସ୍ବର୍ଣ୍ଣ ପଦକ ଅମଳ କରିଛି। ଏଥି ସହିତ ଦୁଇ ଦିନରେ ଭାରତକୁ ମୋଟ ୨୦ ପଦକ ମିଳିସାରିଛି। ଯେଉଁଥିରେ ୧୫ ସ୍ବର୍ଣ୍ଣ ସାମିଲ ରହିଛି।

ସମ୍ବନ୍ଧିତ ଖବର