କଟକରେ ରାଜ୍ୟଗୋଷ୍ଠୀ ଟିଟି

ବ୍ୟବସ୍ଥା ଅନୁଧ୍ୟାନ କଲେ କ୍ରୀଡ଼ା ମନ୍ତ୍ରୀ, ସଚିବ ଅଭ୍ୟାସ ପାଇଁ ତେନ୍ଦୁଲକର ହଲ୍‌ ପ୍ରସ୍ତୁତ ହେବ

କଟକ: ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ (ଟିଟି) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପୂର୍ବରୁ ଷ୍ଟାଡିୟମର ଭିତ୍ତିଭୂମି ଓ ଆବଶ୍ୟକୀୟ ବ୍ୟବସ୍ଥା ଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସଚିବ ବିଶାଲ ଦେବ ଏଠାକୁ ଆସିଥିଲେ। ଷ୍ଟାଡିୟମର ଆଭ୍ୟନ୍ତରୀଣ ଢାଞ୍ଚାରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଚିନ୍ତା କରାଯାଉଥିବା ଜଣାପଡ଼ିଛି। ଆନ୍ତର୍ଜାତୀୟ ପ୍ରତିଯୋଗିତା ହେଉଥିବାରୁ ଖେଳାଳି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ସ୍ଥାନକୁ ଆନ୍ତର୍ଜାତିକମାନର କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିସ୍ଥାନରେ ସୋଫା, ଟିଭି ଇତ୍ୟାଦି ରହିବ। ତେବେ ବର୍ଷା ଦିନ ଥିବାରୁ ଛାତରୁ ପାଣି ଗଳିବା ସମସ୍ୟା ଆସିପାରେ। ତେଣୁ ଛାତକୁ ମଧ୍ୟ ଭଲଭାବେ କଭର କରାଯିବ। ମେଡିକାଲ୍‌ ରୁମ୍‌, ପ୍ରତିଯୋଗିତା ନିର୍ଦ୍ଦେଶକ ଓ ବୈଷୟିକ ଅଧିକାରୀଙ୍କ ପାଇଁ ସମସ୍ତ ରୁମ୍‌ଗୁଡ଼ିକୁ ଭଲ ଭାବରେ ପ୍ରସ୍ତୁତ କରାଯିବ।


ଅନ୍ୟପକ୍ଷରେ ଆନ୍ତର୍ଜାତିକ ମହାସ˚ଘର ନିୟମାବଳୀ ଅନୁଯାୟୀ, ମ୍ୟାଚ୍‌ ହେଉଥିବା ସ୍ଥାନ ପାଖରେ ଅଭ୍ୟାସ ପାଇଁ ଆଉ ଏକ ୟୁନିଟ୍‌ ଆବଶ୍ୟକ ହେବ। ଏଥି ପାଇଁ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଖେଳାଳିମାନେ ଅଭ୍ୟାସ କରିବେ ବୋଲି ପ୍ରାଥମିକ ପର୍ଯ୍ୟାୟରେ ସ୍ଥିର ହୋଇଛି। ଅଭ୍ୟାସ ପାଇଁ ତେନ୍ଦୁଲକର ହଲ୍‌ ଅପେକ୍ଷା ଭଲ ସ୍ଥାନ ପାଖରେ ନ ଥିବା ବେଳେ ଏଭଳି ସ୍ଥିତିରେ ହଲ୍‌ର ଆଲୋକ ଓ ଅନ୍ୟ ମରାମତି କାର୍ଯ୍ୟ ମଧ୍ୟ ହୋଇଯିବ ବୋଲି ବିଚାର କରାଯାଉଛି। ଖେଳାଳିମାନେ ରହିବା ପାଇଁ ଭୁବନେଶ୍ବରରେ ହୋଟେଲ୍‌ ବୁକି˚ କରାଯାଉଛି। ଖେଳାଳିମାନଙ୍କୁ ବସ୍‌ ଯୋଗେ ନେତାଜୀ ସେତୁ ଦେଇ କଟକ ଅଣାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବୈଠକ ଆଲୋଚନା କରାଯିବ ବୋଲି ଓଡ଼ିଶା ଟେବୁଲ ଟେନିସ ସ˚ଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଅନୁଧ୍ୟାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ˚ଘ ସଭାପତି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌ଏନ୍‌ ଗୁପ୍ତା, ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିର˚ଜନ ସାମନ୍ତରାୟ, ଆର‌୍‌ଆଣ୍ତବି, ଇଡ୍‌କୋ ସହିତ କ୍ରୀଡ଼ା ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର