ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଲେ ଦୁଇ ଭାରତୀୟ ଖେଳାଳି

0 212

ଗୋଲ୍‌ଡ୍‌ କୋଷ୍ଟ୍‍: ‘ନୋ ନିଡଲ୍‌ ପଲିସି’ ଉଲ୍ଲଂଘନ କରିଥିବା କାରଣରୁ ଶୁକ୍ରବାର ଦିନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ଦୁଇ ଭାରତୀୟ ଖେଳାଳି ରାକେଶ ବାବୁ ଏବଂ କେଟି ଇର୍‌ଫାନ୍‌ଙ୍କୁ ବହିଷ୍କାର କରିଛି।

ଏକ ବିବୃତିରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ କହିଛି ଯେ ଉଭୟ ଖେଳାଳିଙ୍କୁ ଖେଳରେ ଅଂଶଗ୍ରହଣ କରିବାକୁ ଅନୁମତି ରଦ୍ଦ କରାଯାଇଛି। ସିଜିଏଫ୍‌ ଅଧ୍ୟକ୍ଷ ଲୁଇ ମାର୍ଟିନ୍‌ ବିବୃତିରେ କହିଛନ୍ତି: ରାକେଶ ଏବଂ ଇର୍‌ଫାନ୍‌ଙ୍କ ସ୍ୱୀକୃତିକୁ ଏପ୍ରିଲ୍‌ ୧୩ ତାରିଖ ପୂର୍ବାହ୍ନ ଠାରୁ ରଦ୍ଦ କରାଯାଉଛି। ଉଭୟ ଆଥ୍‌ଲିଟ୍‌ଙ୍କୁ କ୍ରୀଡ଼ାଗ୍ରାମରୁ ବାହାର କରି ଦିଆଯାଇଛି।

ଭାରତୀୟ ଅଧିକାରୀ ସଂଘର ଜଣେ ଖେଳାଳିଙ୍କ କହିବାନୁସାରେ, ଏବେ ଦୁଇ ଖେଳାଳି ସେମାନଙ୍କ ବନ୍ଧୁଙ୍କ ଘରକୁ ଚାଲି ଯାଇ ଭାରତ ଫେରିବା ପାଇଁ ବିମାନ ଟିକିଟ୍‌ ସକାଶ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌କୁ ଅପେକ୍ଷା କରିଛନ୍ତି।

ଆଥ୍‌ଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି: ଏପ୍ରିଲ୍‌ ୯ ତାରିଖ ଦିନ ସଫେଇ କର୍ମଚାରୀମାନେ ନିଡ୍‌ଲ୍‌ (ଛୁଞ୍ଚି) ପାଇଥିଲେ। ଏପ୍ରିଲ୍‌ ୧୦ ତାରିଖ ଦିନ ଶୁଣାଣି ପାଇଁ ଆମକୁ ଡକା ଯାଇଥିଲ।

କୋଠରି ମଝିରେ ରଖାଯାଇଥିବା ଟେବଲ୍‌ ଉପରୁ ଗୋଟିଏ ବ୍ୟବହୃତ ନିଡ୍‌ଲ୍‌ ମିଳିଥିଲା। ଅଷ୍ଟ୍ରେଲିଆ ସ୍ପୋର୍ଟସ୍‌ ଆଣ୍ଟି-ଡୋପିଙ୍ଗ୍‌ ଅଥରିଟିଙ୍କ ଅଚାନକ ଯାଞ୍ଚ ବେଳେ ରାକେଶଙ୍କ ବ୍ୟାଗ୍‌ରୁ ସିରିଞ୍ଜ୍‌ ମିଳିଥିଲା।

କପ୍‌ ଭିତରୁ ମିଳିଥିବା ଛୁଞ୍ଚି ପ୍ରସଙ୍ଗରେ କିଛି ଜାଣନ୍ତି ନାହିଁ ବୋଲି ଉଭୟ ଖେଳାଳି କହିଥିଲେ। ବ୍ୟାଗ୍‌ ତାଙ୍କର ବୋଲି ରାକେଶ ସ୍ୱୀକାର କରିଥିବା ବେଳେ ସିରିଞ୍ଚ୍‌ କଥା ସେ ସ୍ୱୀକାର କରି ନାହାନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.