ଏସୀୟ କ୍ରୀଡ଼ା ଜିମ୍ନାଷ୍ଟିକ୍‌ ଦଳରେ ରାକେଶ

ଭୁବନେଶ୍ୱର: ଓଡ଼ିଆ ପୁଅ ରାକେଶ ପାତ୍ର ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଜିମ୍ନାଷ୍ଟିକ୍‌ ଦଳରେ ସ୍ଥାନ ପାଇଛନ୍ତିି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ଟ୍ରାଏଲ୍ସରେ ରାକେଶ ଫ୍ଲୋର୍‌ ଏକ୍ସରସାଇଜ୍‌ (୧୨.୫୫)ରେ ତୃତୀୟ, ପୋମେଲ୍‌ ହର୍ସ (୧୨.୮୫)ରେ ତୃତୀୟ, ରିଙ୍ଗସ୍‌ (୧୪.୨୦)ରେ ପ୍ରଥମ, ଭଲ୍ଟ (୧୨.୦୫)ରେ ଦ୍ୱାଦଶ, ପାରାଲେଲ ବାରସ୍‌ (୧୪.୦୫)ରେ ପ୍ରଥମ ଏବଂ ମୋଟ ଉପରେ ୭୮.୨୫ ପଏଣ୍ଟ୍‌ ହାତେଇ ଶୀର୍ଷରେ ରହି ଭାରତୀୟ ଦଳରେ ସ୍ଥାନ ପାଇବାକୁ ପ୍ରମୁଖ ଦାବିଦାର ହୋଇଥିଲେ। ତାଙ୍କ ପଛକୁ ଯୋଗେଶ୍ୱର ସିଂହ (୭୭.୦୫), ଗୌରବ କୁମାର (୭୭.୦୦), ଆଶିଷ କୁମାର (୭୬.୮୦) ଏବଂ ସିଦ୍ଧାର୍ଥ ବର୍ମା (୭୬.୭୫) ଶ୍ରେଷ୍ଠ ୫ରେ ରହି ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେହିପରି ମହିଳାରେ ଦୀପା କର୍ମକାର, ପ୍ରଣତୀ ଦାସ, ଅରୁଣା ରେଡ୍ଡୀ, ମନ୍ଦିରା ଚୌଧୁରୀ ଏବଂ ପ୍ରଣତୀ ନାୟକ ଟ୍ରାଏଲ୍ସରେ ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନରେ ରହି ଏସୀୟ କ୍ରୀଡ଼ା ଦଳରେ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର