ନିଖିଳ ଓଡ଼ିଶା ଓପନ୍‌ ସ୍ନକର: ବିଜେତା ରାକେଶ ବିଦା

ସେମିରେ ସୁବ୍ରତ-ନିଶାନ୍ତ, ଆକାଶ-ସିଦ୍ଧାର୍ଥ

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଚାଲିଥିବା ସପ୍ତମ ଏମ୍‌ଆଇଇଟି ନିଖିଳ ଓଡ଼ିଶା ଓପନ୍‌ ସ୍ନକର ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ ହାରି ପୂର୍ବ ବିଜେତା ରାକେଶ ରୋଶନ୍‌ ପ୍ରଧାନ ବିଦାୟ ନେଇଛନ୍ତି। ରବିବାର ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍‌ରେ ରାକେଶଙ୍କୁ ୪-୧ରେ ପରାସ୍ତ କରି ସିଦ୍ଧାର୍ଥ ସେନ୍‌ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସିଦ୍ଧାର୍ଥଙ୍କ ପୂର୍ବରୁ ସୁବ୍ରତ ଦାସ ଓ ଆକାଶ ମହାପାତ୍ର ପ୍ରଥମ ଦୁଇ କ୍ୱାର୍ଟର ଫାଇନାଲ୍‌କୁ ଅତି ସହଜରେ ଜିତି ନେଇଥିଲା ବେଳେ ତୃତୀୟ କ୍ୱାର୍ଟରରେ ନିଶାନ୍ତ ବିଶ୍ୱାଳ ସଂଘର୍ଷ କରି ଜିତିଥିଲେ। ସୁବ୍ରତ ୪-୦ରେ ଜିତେନ ଷଡ଼ଙ୍ଗୀଙ୍କୁ, ଆକାଶ ୪-୦ରେ ଅମିୟରଞ୍ଜନ ନାୟକଙ୍କୁ ହରାଇଥିଲା ବେଳେ ନିଶାନ୍ତ ୪-୩ରେ ଅନୁଜ ପଣ୍ଡାଙ୍କୁ ପରାସ୍ତ କରିଥିଲେ। ସୋମବାର ସେମିଫାଇନାଲ୍‌ରେ ସୁବ୍ରତ-ନିଶାନ୍ତ ଓ ଆକାଶ-ସିଦ୍ଧାର୍ଥ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର