ରାଲ୍‌କୋ ଟାୟାର୍ସର ସଚେତନତା ସିନେମା

ଭୁବନେଶ୍ବର: କିନ୍ନରଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରକୁ ରୋକିବା ଓ ସେନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ରାଲ୍‌କୋ ଟାୟାର୍ସ ପକ୍ଷରୁ ଏକ ସିନେମା ପ୍ରସ୍ତୁତ କରାଯାଇଛି। କିନ୍ନରମାନେ କିଭଳି ପ୍ରତିଦିନ ସଂଘର୍ଷ କରୁଛନ୍ତି ତାହାକୁ ଏହି ସିନେମା ଜରିଆରେ ପ୍ରଦର୍ଶିତ କରାଯାଇଛି। ଏହି ସିନେମା ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଏ ସମ୍ପର୍କରେ କଂପାନିର ନିର୍ଦେଶକ ମଞ୍ଜୁଲ ପାହୱା କହିଛନ୍ତି ଯେ, କିନ୍ନର ସମ୍ପ୍ରଦାୟକୁ ସଶକ୍ତ ଓ ନିଯୁକ୍ତି କ୍ଷମ କରିବା ଲାଗି ଏହି ସିନେମା କଂପାନି ତରଫରୁ ଏକ ଉଦ୍ୟମ। କଂପାନିର ବ୍ରାଣ୍ଡିଂ ମୁଖ୍ୟ ଯୋଗେଶ୍ବର ଶର୍ମା ମଧ୍ୟ ତାହା କହିଛନ୍ତି।

ସମ୍ବନ୍ଧିତ ଖବର